Only for Entertainment

ଅମ୍ପାୟାରଙ୍କ ସହ ଯୁକ୍ତି କରିବା ଧୋନିଙ୍କୁ ପଡ଼ିଲା ମହଙ୍ଗା, କଟିଲା ୫୦ ପ୍ରତିଶତ ମ୍ୟାଚ ଫି

India Today
25

କ୍ୟାପଟେନ କୁଲ ନାମରେ ପରିଚିତ ମହେନ୍ଦ୍ର ଧୋନୀଙ୍କ ଉଗ୍ରରୂପ ତାଙ୍କ ପାଇଁ ମହଙ୍ଗା ପଡିଛି। ଚଳିତ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ନୂଆ ରୂପ ଦେଖିବାକୁ ମିଳିଥିଲା। ଗୁରୁବାର ଚେନ୍ନଇ ଓ ରାଜସ୍ତାନ ମଧ୍ୟରେ ଖେଳାଯାଇଥିବା ୨୫ତମ ମ୍ୟାଚରେ ଫିଲ୍ଡ ଅମ୍ପାୟରଙ୍କ ସହ ଯୁକ୍ତି କରିବା ଧୋନିଙ୍କ ପାଇଁ ମହଙ୍ଗା ପଡ଼ିଛି। ଦଣ୍ଡ ଭାବେ ତାଙ୍କ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ କାଟି ଦିଆଯାଇଛି। ଧୋନୀଙ୍କୁ ଧୈର୍ଯ୍ୟ ହରା ହେବାର କ୍ୱଚିତ ଦେଖିବାକୁ ମିଳେ। ଫିଲ୍ଡରେ ଖେଳୁ ନ ଥିଲେ ମଧ୍ୟ ଅନ୍ତିମ ଓଭରରେ ଏକ ନୋ ବଲକୁ ନେଇ ବିବାଦ ଉପୁଜିବା ପରେ ଅମ୍ପାୟର ଉଲାସ ଗାନ୍ଧେଙ୍କ ସହ ସେ ଯୁକ୍ତି କରିଥିଲେ। ଧୋନୀ ଆଇପିଏଲ୍‌ କୋଡ୍‌ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଥିବାରୁ ତାଙ୍କ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ କାଟି ଦିଆଯାଇଛି।


ଗୁରୁବାର ଚେନ୍ନଇ ବ୍ୟାଟିଙ୍ଗ ସମୟରେ ରାଜସ୍ତାନ ପକ୍ଷରୁ ୧୯ତମ ଓଭର ବୋଲିଂ କରୁଥିବା ବେନ ଷ୍ଟୋକ୍ସ ଚେନ୍ନଇର ବ୍ୟାଟ୍ସମ୍ୟାନ ମିଚେଲ ସାଣ୍ଟନରଙ୍କ ଅଣ୍ଟା ଉପରକୁ ବଲ ପକାଇଥିଲେ। ଏହାକୁ ଫିଲ୍ଡ ଅମ୍ପାୟର ଗାନ୍ଧେ ନୋ ବଲ ଦେଇଥିଲେ। କିନ୍ତୁ ଲେଗ୍‌ ଅମ୍ପାୟର ବ୍ରୁସ୍‌ ଅକ୍ସେନ୍‌ଫୋର୍ଡ ନୋ ବଲ ଦର୍ଶାଇ ନ ଥିବାରୁ ମୁଖ୍ୟ ଅମ୍ପାୟର ଗାନ୍ଧେ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଏଥିରେ ଧୋନୀ ଉତ୍ତ୍ୟକ୍ତ ହୋଇ ଖେଳ ଚାଲିଥିବା ସମୟରେ ପଡିଆ ମଧ୍ୟକୁ ପ୍ରବେଶ କରି ଫିଲ୍ଡ ଅମ୍ପାୟରଙ୍କ ସହ ଯୁକ୍ତି କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More