Only for Entertainment

ଆହତ ହେଲେ ସାଉଥ ସୁପରଷ୍ଟାର ରାମ ଚରଣ ତେଜା, ନିର୍ଦ୍ଦେଶକ ବନ୍ଦ କଲେ ‘ଟ୍ରିପଲ ଆର’ର ସୁଟିଂ

Zee News
74

‘ବାହୁବଳୀ’ ନିର୍ଦ୍ଦେଶକ ଏସ ଏସ ରାଜାମୌଲୀଙ୍କ ଆଗାମୀ ଫିଲ୍ମ ‘ଟ୍ରିପଲ ଆର’କୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ସୁଟିଂ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଏବେ ଫିଲ୍ମର ସେଟରୁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଅସଲରେ ଫିଲ୍ମର ଲିଡ ଅଭିନେତା ରାମ ଚରଣ ତେଜା ଆହତ ହୋଇଛନ୍ତି । ଜିମରେ ୱାର୍କ ଆଉଟ କରିବା ସମୟରେ ତାଙ୍କ ଗୋଇଠିରେ ଆଘାତ ଲାଗିଛି । ସେଥିପାଇଁ ଡକ୍ଟର ତାଙ୍କୁ ତିନି ସପ୍ତାହ ପର୍ଯ୍ୟନ୍ତ କାମ ନ କରିବା ପାଇଁ କହିଛନ୍ତି ।

ରାମ ଚରଣ ଆହାତ ହେବା ପରେ ଏହାର ସୂଚନା ‘ଟ୍ରିପଲ ଆର’ ଫିଲ୍ମର ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଛି । ଟ୍ୱିଟ କରି ମେକର୍ସ କହିଛନ୍ତି- ‘ଆମେ ସୂଚନା ଦେଇ ଦୁଃଖ ଅନୁଭବ କରୁଛୁ ଯେ, ରାମ ଚରଣଙ୍କ ପାଦରେ ଏକ ଛୋଟ ଆଘାତ ଲାଗିଛି । ଜିମରେ ୱାର୍କ ଆଉଟ କରିବା ସମୟରେ ତାଙ୍କୁ ଆଘାତ ଲାଗିଛି । ସେଥିପାଇଁ ପୁନେ ସିଡ୍ୟୁଲକୁ ଏବେ ପାଇଁ ବନ୍ଦ  କରାଯାଇଛି । ୩ ସପ୍ତାହ ପରେ ପୁଣିଥରେ ଆକ୍ସନକୁ ଫେରିବେ ।’

କହିରଖୁଛୁ ଯେ, ଫିଲ୍ମରେ ରାମ ଚରଣ ତେଜାଙ୍କ ବ୍ୟତିତ ଜୁନିଅର ଏନଟିଆର ଏବଂ ଆଲିଆ ଭଟ୍ଟ ନଜର ଆସିବେ । ଏହା ସହିତ ବଲିଉଡ ସିଙ୍ଘମ ଅଜୟ ଦେବଗନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଆଲିଆ ଏବଂ ଅଜୟ ଦେବଗନ ଏହି ଫିଲ୍ମ ସହିତ ସାଉଥ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More