Only for Entertainment

ରୁଦ୍ରାକ୍ଷ ଅସଲି କିମ୍ବା ନକଲି ଜାଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

94

ବାସ୍ତୁ ଅନୁସାରେ ହେଉ କିମ୍ବା ଜ୍ୟୋତିଷଙ୍କ ପରାମର୍ଶ ଏବଂ କେବେ କେବେ ନିଜ ଇଛାରେ ପ୍ରାୟ ବ୍ୟକ୍ତି ରୁଦ୍ରାକ୍ଷ ଧାରଣ କରିବାକୁ ଖୁବ ପସନ୍ଦ କରନ୍ତି । କାରଣ ସମସ୍ତେ ଜାଣନ୍ତି ରୁଦ୍ରାକ୍ଷ ଏକ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାଏ । ଯେଉଁମାନେ ଏହାକୁ ଧାରଣ କରନ୍ତି ସେମାନେ ଏକ ସାଧକ ଭାବରେ ଜୀବନଯାପନ କରନ୍ତି । ସେମାନଙ୍କୁ ସାତ୍ତ୍ୱିକ ଭାବରେ ବଂଚିବାକୁ ପଡ଼ିଥାଏ । କାରଣ ସମସ୍ତେ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି । ତେବେ ରୁଦ୍ରାକ୍ଷ ଗଛ ବିଶେଷକରି ହିମାଳୟ,ଏବଂ ପଶ୍ଚିମ ଘାଟ ସମେତ ଅନ୍ୟ କିଛି ସ୍ଥାନରେ ମଧ୍ୟ ମିଳିଥାଏ ।

ଆମ ଦେଶରେ ରେଳ ଧାରଣା ତିଆରି କରିବା ସମୟରେ ରୁଦ୍ରାକ୍ଷର କାଠକୁ ବ୍ୟବହାର କରାଯାଏ । ଅଧିକ ବ୍ୟବହାର କରିବା ହେତୁ ଆମେ ଦେଶରେ ଏହାର ପରିମାଣ ଖୁବ କମ ରହିଛି । ତେବେ ସାଧୁ ସନ୍ୟାସୀ ଏବଂ ସାଧକଙ୍କ ପାଇଁ ରୁଦ୍ରାକ୍ଷ ଖୁବ ସହାୟକ ହୋଇଥାଏ ।

ରୁଦ୍ରାକ୍ଷର ଗୁଣ ପରୀକ୍ଷା କରିବା ପାଇଁ ଏହାକୁ ଜଳ ଉପରେ ରଖିବା ପରେ ଏହା ଘଂଟା ଦିଗରେ ଘୂରିଥାଏ । ଯଦି ଏହା ପୂର୍ବପରି ରହିଥାଏ କିମ୍ବା ବୁଡ଼ିଯାଏ ତେବେ ଜାଣିପାରିବେ ଯେ ଏହା ଅସଲି ନୁହେଁ ବରଂ ନକଲି ରୁଦ୍ରାକ୍ଷ । ତେବେ ରୁଦ୍ରାକ୍ଷର ଗୁଣବତ୍ତା ଜଳ ଦ୍ୱାରା ଜଣା ଯାଇଥାଏ । ତେବେ ଏହା ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ଘୂରିବା ଭଲ ହୋଇଥାଏ । ଜୀବନରେ ରୁଦ୍ରାକ୍ଷର ଲୌକିକତାର ଉପଯୋଗ ରହିଛି । ସାମାନ୍ୟ ଲୋକଙ୍କ ପାଇଁ ମଧ୍ୟ ଏହାର ଉପଯୋଗିତା ରହିଛି । ନକରାତ୍ମକ ଶକ୍ତିରୁ ବଂଚିବା ପାଇଁ ବିକଳ୍ପ ମିଳିସାରିଛି କିନ୍ତୁ ଆଧ୍ୟାତ୍ମିକ ଉନ୍ନତି କ୍ଷେତ୍ରରେ ରୁଦ୍ରାକ୍ଷକୁ ଟକ୍କର ଦେବା ପାଇଁ କେହି ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More