Only for Entertainment

ଆପଣ ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରୁଛନ୍ତି କି?

Flipkart
44

ହିନ୍ଦୁଧର୍ମ ଏବଂ ଭଗବାନ ଶିବଙ୍କୁ ମାନୁଥିବା ଲୋକ ଆଜି ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି। ତାହାଲେ ଆସନ୍ତୁ ଜାଣିବା ଏହି ରୁଦ୍ରାକ୍ଷ ଧାରଣ କରିବାର ଫାଇଦା ବିଷୟରେ।ଜ୍ୟେତିଷଙ୍କ ଅନୁସାରେ ଯେଉଁମାନଙ୍କ ବୈବାହିକ ଜୀବନରେ ହସଖୁସିରେ କଟୁନାହିଁ, ସେମାନଙ୍କୁ ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିବାକୁ କୁହାଯାଇଥାଏ।

ଏହାକୁ ଧାରଣ କରିଥିବା ବ୍ୟକ୍ତି ପବିତ୍ର ଏବଂ ଭଲ ଆଚରଣ କରିଥାନ୍ତି।ଯେଉଁମାନଙ୍କର ଚାକିରିରେ ସମସ୍ୟା ଅଛି ବା ଚାକିରି ପ୍ରତି ବିପଦ ଅଛି ସେମାନେ ଏହି ରୁଦ୍ରାକ୍ଷ ଧାରଣ କରନ୍ତୁ। ସେହିଭଳି ଯେଉଁମାନେ ରାଜନୀତିରେ ସଫଳତା ପାଇବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ।

 

ପ୍ରଥମେ ଆପଣ ଏକ ପିତ୍ତଳ ପାତ୍ରରେ ପଞ୍ଚାମୃତ ତିଆରି କରନ୍ତୁ। ଏହାପରେ ସେହି ପଞ୍ଚାମୃତରେ ଗୋଲାପ ପତ୍ର ପକାନ୍ତୁ। ସେହି ପାତ୍ରରେ ରୁଦ୍ରାକ୍ଷ ବା ଏହାର ମାଳା ପକାଇ ସ୍ନାନ କରାଇ ଦିଅନ୍ତୁ। ଏହାପରେ ଆପଣ ଭଗବାନ ଶିବଙ୍କ ମନ୍ତ୍ର ଜପ କରନ୍ତୁ। ପରେ ପୁଣି ଥରେ ଏହାକୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ।

 

ଏହାପରେ ରୁଦ୍ରାକ୍ଷକୁ ଏକ ଲାଲ୍‌ ସଫା କପଡ଼ାରେ ରଖନ୍ତୁ। ସେଥିରେ ଚନ୍ଦନ, ବେଲପତ୍ର, ଧଳାଫୁଲ, ଧୂପ ଦୀପ ଦେଇ ପୂଜା କରି ଅଭିମନ୍ତ୍ରିତ କରନ୍ତୁ। ଆପଣ ଶିବ-ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More