Only for Entertainment

୨୦୧୯ରେ ରିଲିଜ ହେବ ନାହିଁ ‘କିକ୍-୨’ ! ଏହି କାରଣରୁ ଭାଇଜାନ ବଦଳାଇଲେ ରିଲିଜ ଡେଟ

YouTube
24

ସଲମାନ  ଖାନଙ୍କ ସୁପରହିଟ ଫିଲ୍ମ ‘କିକ୍’ର ସିକ୍ୱଲ ବିଷୟରେ ଫିଲ୍ମର ପ୍ରଡ୍ୟୁସର ସାଜିଦ ନାଡିଆୱାଲା କିଛି  ଦିନ ପୂର୍ବ ଘୋଷଣା  କରିଥିଲେ । ଏପରି କି ସାଜିଦ ଟ୍ୱିଟ କରି କହିଥିଲେ  ଯେ , ‘କିକ-୨’ ୨୦୧୯ ଖ୍ରୀ ଷ୍ଟମାସରେ  ରିଲିଜ ହେବ । ତେବେ ସଲମାନଙ୍କ ଏହି ଆଗା ମୀ ଫିଲ୍ମ ବି ଷୟରେ ଏବେ ଏପରି ଏକ ଖବର ଶୁଣିବାକୁ ମିଳିଛି ଯାହା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିପାରେ । ଖବର ଅନୁସାରେ ଭାଇଜାନ ‘କିକ୍-୨’ର ରିଲିଜ ଡେଟ ବଦଳାଇବା ପାଇଁ ମନ ବଳେଇ ସାରିଛନ୍ତି ।

ଆଜ୍ଞା ହିଁ, ରିପୋର୍ଟ ଅନୁସାରେ ସଲମାନ  ଖାନ  ୨୦୧୯ ଖ୍ରୀଷ୍ଟମାସରେ ‘ଦବଙ୍ଗ-୩’କୁ ରିଲିଜ କରିବା ପାଇଁ ଚିନ୍ତା  କରୁଛନ୍ତି । ଅସଲରେ  ଦବଙ୍ଗ-୩ ଲମ୍ବା ସମୟରୁ ଅଟକି ରହିଛି ଏହା ସହିତ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ  ପ୍ରସ୍ତୁ ତ ହୋଇ  ରହିଛି । ଫିଲ୍ମର ନିର୍ଦ୍ଦେ ଶକ  ପ୍ରଭୁଦେବା କେବଳ ଫିଲ୍ମର ସୁଟିଂ ପାଇଁ ଅପେକ୍ଷା କରି ରହିଛନ୍ତି । ଏହି କାରଣରୁ ସଲମାନ ଚଳିତବର୍ଷ ଖ୍ରୀଷ୍ଟମାସରେ ‘ଦବଙ୍ଗ-୩’ କୁ ରିଲିଜ କରିବା ପାୁଇଁ ପ୍ଲାନିଂ  କରୁଛନ୍ତି ।

ରିପୋର୍ଟ ଅନୁସାରେ ‘କିକ୍-୨’ର ସ୍କ୍ରିପ୍ଟ ଏପର୍ଯ୍ୟନ୍ତ ଫାଇନାଲ  ହୋଇନାହିଁ । ସାଜିଦ ନାଡିଆୱାଲା ଏବେ ଏହି ଫିଲ୍ମର ସ୍କ୍ରିପ୍ଟ ଉପରେ କାମ କରିବେ ସେଥିପାଇଁ ତାଙ୍କୁ ସମୟ ଲାଗିବ । ‘କିକ-୨’ ବିଷୟରେ କହିବାକୁ ଗଲେ ଫିଲ୍ମରେ ଦିଶା ପଟାନୀଙ୍କୁ ନେବା ପାଇଁ ମେକର୍ସ ଆପ୍ରୋଚ କରୁଛନ୍ତି ।  ଦିଶା  ସଲମାନଙ୍କ ସହିତ ଭାରତରେ ମଧ୍ୟ ନଜର ଆସିବେ । ସେଥିପାଇଁ ଦିଶାଙ୍କ ନାମ ସାମ୍ନାକୁ ଆସୁଛି । କିନ୍ତୁ  ‘କିକ’ରେ ସଲମାନ ଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣଡିଜ ନ ନଜର ଆସିଥିଲେ । ତେବେ ଫିଲ୍ମରେ କିଏ ଲିଡ ଅଭିନେତ୍ରୀ ଭାବେ  ନଜର ଆସିବେ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More