ଡିଜ୍ନୀ କ୍ୟାରେକ୍ଟର ମିନୀ ମାଉସକୁ ଭଏସ ଦେଇଥିବା ଆର୍ଟିଷ୍ଟ ରୁସୀ ଟେଲରଙ୍କ ୭୫ ବର୍ଷ ବୟସରେ ନିଧନ
ଡିଜ୍ନୀ କ୍ୟାରେକ୍ଟର ମିନୀ ମାଉସର ଭଏସ ଦେଇଥିବା ଆର୍ଟିଷ୍ଟ ରୁସୀ ଟେଲରଙ୍କ ୭୫ ବର୍ଷ ବୟସରେ ନିଧନ ହୋଇଯାଇଛି । ଡିଜ୍ନୀ କମ୍ପାନୀର ସିଇଓ ବବ ଲଜେର ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ରୁସୀ ଟେଲରଙ୍କ ନିଝନ ଶୁକ୍ରବାର କାର୍ଲିଫର୍ଣ୍ଣିଆ ସ୍ଥିତ ଗ୍ଲେନଡେଲରେ ହୋଇଥିଲା ।
ଡିଜ୍ନୀ କମ୍ପାନୀର ସିଇଓ ବବ ଏକ ଷ୍ଟେଟମେଣ୍ଟ ଜାରି କହି କହିଥିଲେ, ‘ରୁସୀ ଟେଲରଙ୍କ ନିଧନ ସହିତ ମିନୀ ମାଉସ ନିଜର ଭଏସ ହରାଇ ଦେଲା । ମିନୀ ଏବଂ ରୁସୀ ୩୦ରୁ ଅଧିକ ବର୍ଷ ହେବ ଲୋକଙ୍କ ମନୋରଂଜନ କରି ଆସୁଥିଲେ । ଏପରି ଏକ ପାର୍ଟନରସିପ ଯାହା ମିନୀକୁ ଏକ ଗ୍ଲୋବାଲ ଆଇକନ କରିଛି । ରୁସୀଙ୍କୁ ଫ୍ୟାନ୍ସ ଖୁବ ଭଲ ପାଆନ୍ତି ।’