Only for Entertainment

ବ୍ଲକବାଷ୍ଟର ହେଲା ଶ୍ରଦ୍ଧା ଏବଂ ପ୍ରଭାସଙ୍କ ଯୋଡି, ୫ଦିନରେ ବ୍ୟବସାୟ କଲା ଏତେ କୋଟି !

272

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ସାହୋ ୫ଦିନ ଭିତରେ ବକ୍ସ ଅଫିସରେ ୧୦୦ କୋଟି ପାର କରିଛି । ଏନେଇ ସୂଚନା ଦେଇଛନ୍ତି ଟ୍ରେଣ୍ଡ ଆନାଲିସିଷ୍ଟ ରମେଶ ବାଲା । ଗତକାଲି ଫିଲ୍ମଟି ୮କୋଟି ବ୍ୟବସାୟ କରିଥିବା ବେଳେ ପାଂଚ ଦିନ ଭିତରେ ୧୦୨ କୋଟି ଟଙ୍କା ଆୟ କରିଛି ଫିଲ୍ମ । ବାହୁବଲୀ-୦୧ ଏବଂ ବାହୁବଲୀ-୦୨ ପରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ସାହୋ ଶହେ କୋଟି କ୍ଲବରେ ସାମିଲ ହୋଇଛି । ଫିଲ୍ମଟି ୩୫୦କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ବେଳେ ଫିଲ୍ମ ରିଲିଜକୁ ନେଇ ସାରା ଦେଶରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍କଣ୍ଠା ଲାଗିଥିଲା ।

ଫିଲ୍ମରେ ପ୍ରଥମ ଥର ପାଇଁ ବାହୁବଲୀ ଷ୍ଟାର ପ୍ରଭାସ ବଲିଉଡରେ ନଜର ଆସିଛନ୍ତି । ତାଙ୍କ ସହ ଲିଡରୋଲରେ ଅଭିନୟ କରିଛନ୍ତି ବଲିଉଡ ସୁନ୍ଦରୀ ଶ୍ରଦ୍ଧା କପୁର । ସେହିପରି ଫିଲ୍ମରେ ଜ୍ୟାକି ଶ୍ରଫ୍, ନିଲ ନିତେନ ମୁକେଶ, ମନ୍ଦିରା ବେଦୀ, ଚଙ୍କି ପାଣ୍ଡେଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More