Only for Entertainment

ଦର୍ଶକଙ୍କ ବିଚାରଶକ୍ତି ଉପରେ ପ୍ରଶ୍ନ ଉଠାଇଲେ ସାହୋର ନିର୍ମାତା !

google
215

ଫିଲ୍ମ ସାହୋକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ଫିଲ୍ମ ବକ୍ସ ଅଫିସରେ ସେତିକି କମାଲ କରିପାରି ନାହିଁ । ବକ୍ସ ଅଫିସରେ ଧିମା ପଡିଛି ପ୍ରଭାସ ଓ ଶ୍ରଦ୍ଧାଙ୍କ ଅଭୀନିତ ସାହୋ । ଦମଦାର ଷ୍ଟାରକାଷ୍ଟ, ଜବରଦସ୍ତ ଆକ୍ସନ ଓ ଷ୍ଟଟଂ ସିନ ଓ ହାଇ ବଜେଟ ସହିତ ଫିଲ୍ମ ନିର୍ମାଣ ହୋଇଥିବା ସତ୍ୱେ ଆଶା ରୂପକ ସଫଳତା ମିଳିନି ।

କହିବାକୁ ଗଲେ ପ୍ରାୟ ୨ବର୍ଷର ପରିଶ୍ରମ ଫେଲ ମାରିଛି । ଫିଲ୍ମର ବିଫଳତାକୁ ନେଇ ଫ୍ୟାନ ନିରାଶ ହୋଇଥିବା ବେଳେ ଅନ୍ୟପଟେ ଏବେ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ଫିଲ୍ମର ନିର୍ମାତା । ଦର୍ଶକଙ୍କ ସମାଲୋଚନାର ଶିକାର ହେବା ପରେ ଫିଲ୍ମ ନିର୍ମାତା ଶ୍ୟାମ ଏବେ ଦର୍ଶକଙ୍କ ବୁଝିବା ଓ ବିଚାର ଶକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏକ ସାକ୍ଷାତକାରରେ ଶ୍ୟାମ କହିଛନ୍ତି ସଠିକ ଫର୍ମାଟରେ ଫିଲ୍ମର କାହାଣୀ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ କୌଣସି କନଫ୍ୟୁଜନ ନାହିଁ । ଫିଲ୍ମର କାହାଣୀ ବୁଝିବା ପାଇଁ ବିଚାରଶକ୍ତି ରହିବା ଜରୁରୀ । ଅନ୍ୟ ଫିଲ୍ମଠୁ ଏହା ଭିନ୍ନ ଓ ନିଆରା ବୋଲି ନିର୍ମାତା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More