Only for Entertainment

ଲସ ଏଞ୍ଜଲେସରେ ଘର ଖୋଜୁଛନ୍ତି ପ୍ରଭାସ-ଅନୁଷ୍କା !

DNA India
199

ସାଉଥ ଅଭିନେତା ପ୍ରଭାସ ବର୍ତ୍ତମାନ ନିଜ ବହୁ ଚର୍ଚ୍ଚିତ ଫିଲ୍ମ ‘ସାହୋ’କୁ ନେଇ ବ୍ୟସ୍ତ ଅଛନ୍ତି । ନିକଟରେ ଏହାର ଟ୍ରେଲର ମଧ୍ୟ ରିଲିଜ୍‍ ହୋଇଯାଇଛି । ଯାହାକି ଏବେ ସୋସିଆଲ ମିଡିଆରେ ଏକ ନୂଆ ରେକର୍ଡ ତିଆରି କରିବାରେ ଲାଗିଛି । ଫିଲ୍ମରେ ପ୍ରଭାସଙ୍କ ସହିତ ବଲିଉଡ୍ର ଆଶିକ୍ ଗାର୍ଲ ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ । ଏହି ଫିଲ୍ମଟି ଅଗଷ୍ଟ ୩୦ରେ ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟଲମ ଭାଷାରେ ରିଲିଜ ହେବ । ପ୍ରଥମେ ଏହା ଅଗଷ୍ଟ ୧୫ରେ ରିଲିଜ ହେବାର ଥିଲା । ଏହା ମଧ୍ୟରେ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳିଛି ଯେ, ବର୍ତ୍ତମାନ ପ୍ରଭାସ ସାଉଥର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ମିଶି ଘର ଖୋଜୁଛନ୍ତି ।

ନିକଟରେ ସାଉଥର ଏହି ଦୁଇଜଣ ସୁପରଷ୍ଟାରଙ୍କୁ ଲସ ଏଞ୍ଜଲେସରେ ଏକାଠି ଘର ଖୋଜୁଥିବାର ଦେଖିବାକୁ ମିଳିଥିଲା । ଏହା ସିହିତ ନିକଟରେ ପ୍ରଭାସ ଅନୁଷ୍ମାଙ୍କ ପାଇଁ ‘ସାହୋ’ର ସ୍ପେଶାଲ ସ୍କ୍ରିନିଂ ମଧ୍ୟ ରଖିଥିଲେ । ଏହି ଯୋଡିଙ୍କ ଲଭ ଷ୍ଟୋରୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କିନ୍ତୁ ପ୍ରତ୍ୟେକ ଥର ଏହି ଦୁଇଜଣ ଏହାକୁ ଗୁଜବ କହି ଏଡାଇ ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ‘ବାହୁବଲୀ’, ‘ବାହୁବଲୀ-୨’, ‘ମିର୍ଚ୍ଚି’, ଓ ‘ବିଲ୍ଲା’ ଭଳି ଫିଲ୍ମରେ ଅନୁଷ୍କା ଓ ପ୍ରଭାସଙ୍କ ଯୋଡିଙ୍କୁ ଦେଖିବାକୁ ମିଳିଛି । ଏହି ଯୋଡିକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ନିକଟରେ ଶୁଣିବାକୁ ମିଳିଥିଲା କି, ‘ସାହୋ’ର ରିଲିଜ୍ ପରେ ପ୍ରଭାସ ବିବାହ ବନ୍ଧନରେ ବାନ୍ଧି ହେଇ ପାରନ୍ତି । ବିବାହ ବିଷୟ ଉପରେ ପ୍ରଭାସ ଅନେକ ଥର କହି ସାରିଛନ୍ତି କି, ଏହା ତାଙ୍କର ବ୍ୟକ୍ତିଗତ ମାମଲା ଓ ସେ ଏ ବିଷୟରେ କାହାକୁ କିଛି କହିବାକୁ ଚାହୁଁ ନାହାଁନ୍ତି । ପ୍ରଭାସଙ୍କର ଜଣେ ସମ୍ପର୍କୀୟ କୃଷ୍ଣମ ରାଜୁ କହିଛନ୍ତି କି, ଖୁବ୍ ଶିଘ୍ର ପ୍ରଭାସ ବିବାହ କରିପାରନ୍ତି । ଏହା ତାଙ୍କ ପରିବାର ଲୋକଙ୍କ ଇଚ୍ଛା

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More