Only for Entertainment

ମିଠାରେ ପ୍ରସ୍ତୁତ କରନ୍ତୁ ଶାଗୁଦାନା ଲଡୁ

HungryForever
56

ଆବଶ୍ୟକ ସାମଗ୍ରୀ :

ଶାଗୁ – ୧ କପ, ନଡିଆ କୋରା – ୧କପ, ଚିନି (ପେଷା) – ୧କପ, ଘିଅ – ୧ କପ, ଗୁଜୁରାତି (ପେଷା) – ୪ଟି, କାଜୁ (କଟା) – ୧ଚାମଚ, ବାଦାମ (କଟା) – ୧ଚାମଚ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଶାଗୁ ଦାନାକୁ ବତୁରାଇ ଦିଅନ୍ତୁ। ତାପରେ ଗ୍ୟାସ ଲଗାଇ କଡେଇ ଗରମ କରନ୍ତୁ। କଡେଇ ଗରମ ହୋଇଗଲା ପରେ ସେଥିରେ ବତୁରାଇ ଥିବା ଶାଗୁ ଦାନାକୁ ଭଲ ଭାବେ ଚିପୁଡି ଭାଜି ଦିଅନ୍ତୁ। ଶାଗୁ ଦାନା ସୁନେଲୀ ରଙ୍ଗ ହୋଇଗଲେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ତାହା ଥଣ୍ଡା ହୋଇଗଲା ପରେ ଭଲ ଭାବେ ପେଷି ଦିଅନ୍ତୁ। ତାପରେ କଡେଇରେ କୋରା ନଡିଆ ପକାଇ ଭାଜନ୍ତୁ। ନଡିଆ ସୁନେଲୀ ରଙ୍ଗ ହେବା ପରେ ସେଥିରେ ପେଷି ଥିବା ଶାଗୁ, ଚିନି ମିଶାଇ ଭଲ ଭାବେ ମିଶାଇ ଅଳ୍ପ ସମୟ ଭାଜନ୍ତୁ। ତାପରେ ମିଶ୍ରଣକୁ ଏକ ପାତ୍ରକୁ କାଢି ରଖି ଦିଅନ୍ତୁ। ପୁଣି ଗ୍ୟାସରେ କଡେଇ ବସାଇ ଘିଅ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଶାଗୁ ମିଶ୍ରଣକୁ କଡେଇରେ ପକାନ୍ତୁ। ସେଥିରେ ଗୁଜୁରାତି ଗୁଣ୍ଡ, କାଜୁ, ବାଦାମ ପକାଇ ମିଶାଇ ଦିଅନ୍ତୁ। ମିଶ୍ରଣଟି ହାଲକା ଗରମ ହୋଇଗଲା ପରେ ତାକୁ ପାତ୍ରକୁ କାଢନ୍ତୁ। ତାପରେ ମିଶ୍ରଣକୁ ନେଇ ହାତରେ ଛୋଟ ଛୋଟ ଗୋଲ ଆକୃତିର ଲଡୁ ଆକାରର କରି ଦିଅନ୍ତୁ। ଲଡୁ ଉପରେ କାଜୁ, ବାଦାମ ଲଗାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଶାଗୁଦାନା ଲଡୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More