Only for Entertainment

ମହା ଶିବରାତ୍ରିରେ ଘରେ ପ୍ରସ୍ତୁତ କରନ୍ତୁ ଶାଗୁ ଦାନା ଉପମା ।

ruchiskitchen
0 99

ଆବଶ୍ୟକୀୟ ସାମଗ୍ରୀ:

ଶାଗୁ – ୧ କପ

ଚିନା ବାଦାମ ଗୁଣ୍ଡ- ୧ ବଡ ଚାମଚ

ସିଝା ଆଳୁ – ୨ଟି ମଧ୍ୟମ ଆକାରର

ଅଦା – ଅଧା ଇଂଚ ଖଣ୍ଡ

କଂଚା ଲଙ୍କା – ୨ଟି

ଜୀରା – ଅଧା ଛୋଟ ଚାମଚ

ସୋରିଷ – ଅଧା ଛୋଟ ଚାମଚ

ଭୃଷଙ୍ଗ ପତ୍ର – ୪ଟି ପତ୍ର

ତେଲ

ଲୁଣ ସ୍ୱାଦ ଅନୁସାରେ

ପ୍ରଥମେ କଢେଇକୁ ଗରମ କରନ୍ତୁ । ଏଥିରେ ଶାଗୁ ପକାଇ କିଛି ସମୟ ହାଲୁକା ଫ୍ରାଏ କରନ୍ତୁ । ପରେ ଏହାକୁ ପାଣିରେ ଭିଜାଇ ଦିଅନ୍ତୁ । ପାଣିରେ ବତୁରାଇବା ସମୟରେ ଶାଗୁ ପାଣିରେ ବତୁରିଲା ଭଳି ପାଣି ଦିଅନ୍ତୁ । ଅଧିକ ପାଣି ପାତ୍ରରେ ଢାଳନ୍ତୁ ନାହିଁ । ଏହାକୁ ୫-୬ଘଂଟା ଭିଜିବାକୁ ଦିଅନ୍ତୁ ।

sabu dana୫-୬ଘଂଟା ମଧ୍ୟରେ ଶାଗୁ ଦାନା ସମସ୍ତ ପାଣିକୁ ଶୁଖାଇ ଦେବ । ଶାଗୁ ଦାନା ଗୁଡିକୁ ହାତରେ ନେଇ ଖେଳାଇ ଦିଅନ୍ତୁ । ଏହାର ସମସ୍ତ ଦାନା ଅଲଗା ଅଏଗା ହୋଇଯିବ । ଏହାକୁ ହାଲୁକା ଭାଜି ପାଣିରେ ଭିଜାଇବା ଦ୍ୱାରା ଏହା ଗୋଟା ଗୋଟା ରହିଥାଏ ।

ପ୍ରସ୍ତୁତ ପ୍ରଣାଳୀ –

ସିଝା ଆଳୁ କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଚିନାବାଦାମକୁ ଅଳ୍ପ ଗୁଣ୍ଡ କରିଦିଅନ୍ତୁ । ଅଦା ଏବଂ ଲଙ୍କାଙ୍କୁ ଛେଟେ ଛୋଟ କାଟନ୍ତୁ ।

କଢେଇରେ ତେଲ ଗରମ କରି ସେଥିରେ ଜୀରା ଏବଂ ସୋରିଷ ପକାନ୍ତୁ । ଏହାପରେ ଏଥିରେ ଭୃଷଙ୍ଗ ପତ୍ର ଏବଂ ଅଦା ପକାନ୍ତୁ । ଏହାପରେ ଲଙ୍କା ପକାନ୍ତୁ । ଏହାପରେ ଶାଗୁ ଦାନା ପକାଇ ଅଧା ଚାମଚ ଲୁଣ ପକାଇ ୫-୬ମିନିଟ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ । ଏହାପରେ ଏଥିରେ ଅଳ୍ପ ପାଣି ଢାଳନ୍ତୁ ।

ଶାଗୁ ଦାନା ସଂପୂର୍ଣ୍ଣ ହୋଇଗଲା ପରେ ଏଥିରେ ଚିନାବାଦାମ ଗୁଣ୍ଡ ଏବଂ ସିଝା ଆଳୁ ପକାନ୍ତୁ । ଏହାପରେ ଏହାକୁ ୨ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

ଏବେ ଆପଣଙ୍କ ଶାଗୁ ଦାନା ପ୍ରସ୍ତୁତ ହୋଇଯାଇଛି । ଏଥିରେ ଏକ ଲେମ୍ବୁ ଚିପୁଡି କିଛି ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More