Only for Entertainment

ପୁଣିଥରେ ପରଦାରେ ଦେଖିବାକୁ ମିଳିବ ଅର୍ଚ୍ଚିତା ଓ ସବ୍ୟସାଚିଙ୍କ ଯୋଡି

Mycitylinks
75

ପୁଣିଥରେ ଓଲିଉଡର ରୋମାଂଟିକ୍ ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ପରଦାରେ କରିବେ ରୋମାନ୍ସର ବର୍ଷା । ସିଦ୍ଧାର୍ଥ ଟିଭିର ୨୬ ତମ ଚଳଚ୍ଚିତ୍ରରେ ନାୟିକ – ନାୟିକା ଭାବେ ନଜର ଆସିବେ ସବ୍ୟସାଚୀ ଓ ଅର୍ଚ୍ଚିତା । ଏହି ସିନେମାର ଟାଇଟେଲ୍ ରହିଛି ‘ଅଭିମାନ’ । ଦୁହିଁଙ୍କ ରୋମାନ୍ସର ଝଲକ ଅନେକ ଓଡିଆ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି । ପାଗଳ କରିଛି ପାଉଁଜି ତୋର, ମୁଁ ଏକା ତୁମର୍, ସ୍ମାଇଲ୍ ପ୍ଲିଜ୍, ପିଲାଟା ବିଗିଡି ଗଲା, ବାଏ ବାଏ ଦୁବାଇ ଭଳି ସିନେମାରେ ଏହି ଯୋଡିର ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ଆଉ ଏବେ ବେଶ କିଛି ଦିନର ବ୍ୟବଧାନ ପରେ ଏହି ଯୋଡି ପରଦାକୁ ଫେରିବାକୁ ଯାଉଛି ।

sabyasachi and archita

ଏହି ଯୋଡି ପରଦା ଉପରେ ବେସ୍ ସହଜ ଭାବେ ଲଭ୍ ଓ ରୋମାନ୍ସଙ୍କୁ ଦେଖାଇଛନ୍ତି । ଯାହା ଓଡିଆ ଦର୍ଶକଙ୍କୁ ଆଟ୍ରାକ୍ଟ କରେ ସେମାନଙ୍କ ଫିଲ୍ମ ଦେଖିବା ପାଇଁ । ଦୁହିଁଙ୍କ ଭଲପାଇବା ଆଉ ରୋମାନ୍ସ ସିନେମାରେ ଏତେ ଜୀବନ୍ତ ହୋଇ ପାରିଛି ଯେ, ବେଷ୍ଟ ରୋମାଂଟିକ୍ ଯୋଡିର ଟାଇଟେଲ୍ ମଧ୍ୟ ତାଙ୍କୁ ଦିଆଯାଇଛି । ଏବେ ସିଦ୍ଧାର୍ଥ ଟିଭିର ଆଗାମୀ ସିନେମାରେ ଏକାଠି ନିଜ ଅଭିନୟ କମାଲ୍ ଦେଖାଇବେ ସବ୍ୟସାଚୀ ଓ ଅର୍ଚ୍ଚିତା । ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ସିନେମାର ନିର୍ଦ୍ଦେଶନା ଭାର ତୁଲାଇବେ ମୃତ୍ୟୁଂଜୟ ସାହୁ । ସିନେମାରେ ସଙ୍ଗୀତର ଭାର ତୁଲାଇବେ ବିକାଶ ଦାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More