Only for Entertainment

ଆଲିୟା କାହା ସହ ଉଟିରେ କରୁଛନ୍ତି ମସ୍ତି? ଶେୟାର କଲେ ଫଟୋ ଓ ଭିଡିଓ !

87

ଆଲିୟା ଏବେ ନିଜ ଫିଲ୍ମକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ରହିଛି ବଲିଉଡର ଅନେକ ବଡ ଫିଲ୍ମ । ନିଜ ବ୍ୟସ୍ତ ସିଡ୍ୟୁଲରୁ ସମୟ ବାହାର କରି ଆଲିୟା ଏବେ ଉଙ୍କିରେ ମନାଉଛନ୍ତି ଛୁଟି । ଆଲିୟା ନିଜ ଭଉଣୀ ଏବଂ ପରିବାର ସହ ଶାନ୍ତିରେ ସମୟ ବିତାଉଛନ୍ତି ।

ଆଲିୟା ନିଜ ଇନଷ୍ଟାଗ୍ରାମରେ ଏହି ଭାକେସନର ଫଟୋ ମଧ୍ୟ ଶେୟାର କରିଛନ୍ତି , ଯେଉଁଥିରେ ସେ ନିଜ ଭଊଣୀ ଶାହିନ ଏବଂ ମା ସୋନୀ ରାଜଦାନଙ୍କ ସହ ନଜର ଆସିଥିଲେ । ଫଟୋରେ ଶାହିନ ଏବଂ ଆଲିୟା ଏକ ନାଲି ରଙ୍ଗର ଶାଲ ଘୋଡାଇ ହୋଇଥିବା ନଜର ଆସିଛନ୍ତି ଏବଂ ତାଙ୍କ ମା ସୋନୀ ଝିଅମାନଙ୍କୁ କୋଳରେ ଧରିଛନ୍ତି ।

 

View this post on Instagram

 

a whole lotta love ?❤️

A post shared by Alia ? (@aliaabhatt) on

ଶାହୀନ ନିଜ ଇନଷ୍ଟାଗ୍ରାମରେ ଭାକେସନର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ପୂରା ପରିବାର ଡାଇନିଂ ଟେବଲରେ ବସିଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସମସ୍ତେ ଖାଉଥିବାର ନଜର ଆସିଥିବା ବେଳେ ଆଲିୟା ଖବର କାଗଜରେ ନିଜ ମୁହଁ ଲୁଚାଉଥିବାର ନଜର ଆସିଛନ୍ତି । ଭିଡିଓରେ ସୋନୀ ରାଜଦାନ, ଆଲିୟା ଭଟ୍ଟଙ୍କ ବ୍ୟତୀତ ପୂଜା ଭଟ୍ଟ ଏବଂ ମହେଶ ଭଟ୍ଟ ମଧ୍ୟ ନଜର ଆସିଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିଲେ ଆଲିୟା ଭଟ୍ଟ ନିଜ ବାପା ମହେଶ ଭଟ୍ଟଙ୍କ ସହ ପ୍ରଥମ ଥର କାମ କରିବାକୁ ଯାଉଛନ୍ତି । ସେ ହୋମ ପ୍ରଡକ୍ସନ ଫିଲ୍ମ ‘ସଡକ୨’ରେ ନଜର ଆସିବେ । ଯେଉଁଥିରେ ଆଦିତ୍ୟ ରୟ କପୂର ମୁଖ୍ୟ ଭୂମିକାରେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଏହି ଫ୍ରାଂଚାଇଜର ଅସଲି ଫିଲ୍ମରେ ପୂଜା ଭଟ୍ଟଙ୍କ ସହ ସଂଜୟ ଦତ୍ତ ନଜର ଆସିଥିଲେ ।

ଏହାବ୍ୟତୀତ ସେ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଅଲ୍ଲାହ’ରେ ପ୍ରଥମଥର ସଲମାନ ଖାନଙ୍କ ସହ ନଜର ଆସିବେ । ଏବେ ସେ ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରକୁ ଖୁବ ବ୍ୟସ୍ତ ଅଛନ୍ତି , ଯେଉଁଥିରେ ରଣବୀର କପୂରଙ୍କ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More