Only for Entertainment

ରୋମାନିଆ ନୁହେଁ ଭାରତର ଏହି ମେଟ୍ରୋ ସହରରେ ଆରମ୍ଭ ହେବ ଆଲିଆଙ୍କ ଫିଲ୍ମ ‘ସଡକ ୨’ର ସୁଟିଂ

you tube
29

ଫିଲ୍ମ ‘କଲଙ୍କ’ ଅସଫଳ ହେବା ପରେ ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟ କପୁରଙ୍କ ଯୋଡି ଖୁବ ଶୀଘ୍ର ‘ସଡକ ୨’ରେ ଦେଖିବାକୁ ମିଳିବ । ଖବର ଅନୁସାରେ ଏହି ଫିଲ୍ମର ସୁଟିଂ ଆଗାମୀ ମାସ ଅର୍ଥାତ ମଇ ମାସରୁ ଆରମ୍ଭ ହେବ । ଏହି ଫିଲ୍ମରେ ପ୍ରଥମଥର ପାଇଁ ଆଲିଆ ପିତା ମହେଶ ଭଟ୍ଟଙ୍କ ଫିଲ୍ମରେ କାମ କରିବେ । ଏହି ଫିଲ୍ମରେ ଆଲିଆ, ଆଦିତ୍ୟ ରୟ କପୁରଙ୍କ ବ୍ୟତିତ ସଂଜୟ ଦତ୍ତ ଏବଂ ପୂଜା ଭଟ୍ଟ ମଧ୍ୟ ନଜର ଆସିବେ । ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ‘ସଡକ ୨’ର ସୁଟିଂ ପାଇଁ ପୂରା ଟିମ ରୋମାନିଆ ଯିବେ । କିନ୍ତୁ ଏବେ ଖବର ଆସିଛି ଯେ , ମେକର୍ସ ମୁମ୍ବାଇରେ ହିଁ ଫିଲ୍ମର ନିର୍ମାଣ କରିବେ । ମୁମ୍ବାଇରେ ରୋମାନିଆ ପରି ଲୋକସନ ନିର୍ମାଣ କରି ମେକର୍ସ ଏହାର ସୁଟିଂ ଆରମ୍ଭ କରିବେ ।

ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ମେକର୍ସ ସୁଟିଂ ପାଇଁ ମୁମ୍ବାଇକୁ ଅନ୍ତିମ ରୂପ ଦେଇଛନ୍ତି । ମେକର୍ସ ମୁମ୍ବାଇରେ ହିଁ ରୋମାନିଆ ଭଳି ଲୋକେସନ ନିର୍ମାଣ କରିଛନ୍ତି । ମହେଶ ଭଟ୍ଟ ସୂଚନା ଦେଇ କହିଛନ୍ତି ଯେ, ଆମକୁ ରୋମାନିଆରେ ମୁମ୍ବାଇ ପରି ସ୍ଥାନ ମିଳିଲା ନାହିଁ । ସେଥିପାଇଁ ମୁମ୍ବାଇରେ ଏହାର ସୁଟିଂ କାମ ଆରମ୍ଭ ହେବ । ଏହା ବ୍ୟତିତ ଭାରତର ଅନେକ ସହରରେ ଏହି ଫିଲ୍ମର ସୁଟିଂ କରାଯିବ ।

ଆଲିଆଙ୍କ ବିଷୟରେ କହିବାକୁ ଗଲେ ସେ ‘ସଡକ ୨’ ବ୍ୟତିତ ବ୍ରହ୍ମାସ୍ତ୍ର ଏବଂ ତଖ୍ତରେ ମଧ୍ୟ ନଜର ଆସିବେ । ଏହି ଦୁଇଟି ଫିଲ୍ମ ସହ ଆଲିଆଙ୍କୁ ରାଜାମୈଲୀଙ୍କ ଫିଲ୍ମ ଟ୍ରିପଲ ଆରରେ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More