ରାମ ନବମୀ ପାଇଁ ମନ୍ଦିର ସଫା କରି ଚର୍ଚ୍ଚାରେ ଏହି ମୁସଲମାନ ଯୁବକ
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଆସନ୍ତା ରାମ ନବମୀ ସକାଶେ ଜଣେ ମୁସଲମାନ ବ୍ୟକ୍ତି ରାମ ମନ୍ଦିର ସଫା କରୁଥିବାର ଦୃଶ୍ୟ ଏକ ଉଦାହରଣ ପାଲଟିଛି। ବିଭିନ୍ନତା ଭିତରେ ଏକତା ଦେଖାଇ ଏହି ବ୍ୟକ୍ତି ଜଣକ ଏବେ ବେଶ୍ ଚର୍ଚ୍ଚା ପାଲଟିଛନ୍ତି। ୨୭ ବର୍ଷିଅ ଯୁବକ ସଦାମ ହୁସେନ୍ ମନ୍ଦିର ପରିସରରେ ଏକ ମଫ୍ ଧରି ସଫେଇ କରୁଥିବାର ଦେଖିବାକୁ ମିଳିଛି। ଏଭଳି ନିଆରା ଦୃଶ୍ୟ ହେଉଛି ବେଙ୍ଗାଲୁରର ରାଜାଜୀନଗରର। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସଦାମ ହୁସେନଙ୍କୁ ରାଜାଜୀନଗରର ରାମ ମନ୍ଦିର ସଫା କରିବାର ଦାୟିତ୍ୱ ଦିଆଯାଇଛି।
Bengaluru: Saddam Hussein, a local has taken up the responsibility of keeping the Ram Temple in Rajajinagar clean, ahead of #RamNavmi; says, “It feels good to clean the temple. I am appreciated by everyone here for my work. I am working here since last 2-3 years.” #Karnataka pic.twitter.com/BfLQHxvyt7
— ANI (@ANI) April 10, 2019
ମନ୍ଦିର ସଫେଇ କାର୍ଯ୍ୟ କରି ସେ କିପରି ଅନୁଭବ କରୁଛନ୍ତି ବୋଲି ପଚାରା ଯାଇଥିବା ପ୍ରଶ୍ନର ଉତ୍ତରରେ ହୁସେନ କହନ୍ତି, ‘ ମନ୍ଦିର ସଫା କଲା ବେଳେ ମୋତେ ଖୁବ୍ ଭଲ ଅନୁଭବ ହୋଇଥାଏ। ମୋ କାମ ପାଇଁ ମୋତେ ଖୁବ୍ ଗ୍ରହଣୀୟତା ମିଳୁଛି। ଗତ ୨-୩ ବର୍ଷ ହେବ ମୁଁ ଏଠାରେ କାମ କରୁଛି ଓ ମୋତେ ଏ କାମ କରି ଶାନ୍ତି ମିଳୁଛି।’