ନିୟମିତ କମ୍ପ୍ୟୁଟର ସାମ୍ନାରେ ବସି କାମ କରୁଛନ୍ତି କି? ଏହି ୬ ଉପାୟ ଆପଣାଇ ଆଖିକୁ ରଖନ୍ତୁ ସୁସ୍ଥ
ଆଖି ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ସାହାଯ୍ୟରେ ଆମେ ସଂସାରର ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରପାରୁ। ସେଥିପାଇଁ ଶରୀରରକୁ ସୁସ୍ଥ ରଖିବା ସହ ଆଖିର ଯତ୍ନ ମଧ୍ୟ ନେବା ଦରକାର । ଆଜିକାଲି କମ ସମୟ ମଧ୍ୟରେ ଅଧିକ କାମ କରିବା ପାଇଁ ଲୋକମାନେ ଲାପ୍ଟପ୍ ଏବଂ କମ୍ପ୍ୟୁଟର ଇତ୍ୟାଦି ବ୍ୟବହାର କରୁଛନ୍ତି । ପ୍ରତିଦିନ ଲାପ୍ଟପ୍ ଏବଂ କମ୍ପ୍ୟୁଟର ଆଗରେ ବସି କାମ କରିବା ଦ୍ୱାରା ଦୃଷ୍ଟି ଶକ୍ତି କମ ହୋଇଥାଏ । ଯାହା ଫଳରେ ଚଷମା ବ୍ୟବହାର କରିବାକୁ ପଡ଼ିଥାଏ । ତେବେ ଆପଣ ଏହି ଉପାୟ ଆପଣାଇ ନିଜର ଆଖିକୁ ସୁସ୍ଥ ଓ ଦୃଷ୍ଟିଶକ୍ତିକୁ ଠିକ୍ ରଖି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…
୧. ବେଳେ ବେଳେ ଆମେ ଲାପ୍ଟପ୍ ଏବଂ କମ୍ପ୍ୟୁଟର ଆଗରେ ବସି କାମ କରିବା ସମୟରେ ଲାଇଟ୍ ବନ୍ଦ କରି କାମ କରିଥାଉ, ଯାହା ସଂପୁର୍ଣ୍ଣ ଭୁଲ । ଏପରି କରିବା ଦ୍ୱାରା ଲାପ୍ଟପ୍ ଏବଂ କମ୍ପ୍ୟୁଟର ଲାଇଟ୍ ସିଧା ଆଖରେ ପଡ଼ିଥାଏ । ଏପରି କରିବା ଦ୍ୱାରା ଶୀଘ୍ର ଆଖି ଖରାପ ହେବାର ଆଶଙ୍କା ରହିଥାଏ । ସେଥିପାଇଁ କମ୍ପ୍ୟୁଟର ସାମ୍ନାରେ କାମ କରିବା ସମୟରେ ଘରର ଲାଇଟ୍ ଲଗାଇ କାମ କରନ୍ତୁ ।