Only for Entertainment

ପୁଣିଥରେ ଜମିବ ଶାହାରୁଖ ଓ ରାନୀଙ୍କ ଯୋଡ଼ି ।

clickittefaq.com
27

ବଲିଉଡ ଆକ୍ଟର ଶାହାରୁଖ ଖାନ ଓ ରାନୀ ମୁଖାର୍ଜୀଙ୍କ ଯୋଡ଼ି ପୁଣିଥରେ ଦେଖିବାକୁ ପାଇବେ ଦର୍ଶକ । ଶାହାରୁଖ ଫିଲ୍ମ ସାଲ୍ୟୁଟରେ କାମ କରୁଥିବାର ନଜର ଆସିବେ । ଏହି ଫିଲ୍ମ ରାକେଶ ଶର୍ମାଙ୍କ ଉପରେ ଆଧାରିତ ହେବ । ଅବଶ୍ୟ ଶାହାରୁଖ ଏପର୍ଯ୍ୟନ୍ତ ଏହି ଫିଲ୍ମ ସାଇନ କରିନାହାଁନ୍ତି । କିନ୍ତୁ ଏହି ଫିଲ୍ମ କରିବାକୁ ସେ ଇଛା ରଖିଛନ୍ତି । ଫିଲ୍ମରେ ହିରୋଇନଙ୍କ ଚରିତ୍ର ଏତେ ବଡ଼ ନୁହେଁ,ତେଣୁ ନାମି ଦାମି ହିରୋଇନ ମାନେ ଏହାକୁ କରିବାକୁ ମନା କରି ଦେଇଛନ୍ତି ।

କୁହାଯାଉଛିଯେ ଏହି ଅଫର ଏବେ ରାନୀ ମୁଖାର୍ଜୀଙ୍କୁ ଦିଆଯାଇଛି । ରାନୀ ଏବେ ବଲିଉଡରେ ଏତେ ସକ୍ରିୟ ନାହାଁନ୍ତି । ପରିବାରକୁ ନେଇ ରାନୀ ଖୁବ ବ୍ୟସ୍ତ ରହୁଛନ୍ତି । ଶେଷ ଥର ଏହି ବର୍ଷ ସେ ଫିଲ୍ମ ହିଚକୀରେ ନଜର ଆସିଥିଲେ । କୁହାଯାଉଛିଯେ ରାନି ଫିଲ୍ମ ସାଲ୍ୟୁଟରେ କାମ କରିପାରନ୍ତି । ଯଦି ଏହା ହେବ ତେବେ ରାନୀ ଏବଂ ଶାହାରୁଖ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ଏହି ଦୁଇ ଯୋଡ଼ି ପୂର୍ବରୁ ଚଲତେ ଚଲତେ,ପହେଲି ଏବଂ କୁଛ କୁଛ ହୋତା ହୈ ଭଳି ଫିଲ୍ମରେ ଏକା ସାଙ୍ଗରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More