Only for Entertainment

‘ଜିରୋ’ ପରେ ପୁଣିଥରେ କମାଲ କରିବେ କ୍ୟାଟ୍ ଓ କିଙ୍ଗ୍ ଖାନ୍

kanaklifestyle
31

ଫିଲ୍ମ ଜିରୋରେ ସାଙ୍ଗରେ ସ୍କ୍ରିନ ଶେୟାର କରିବା ପରେ ଶାହାରୁଖ ଏବଂ କ୍ୟାଟ୍ରିନାଙ୍କୁ ଏକା ସାଙ୍ଗରେ ରୂପେଲି ପରଦାରେ ଦେଖିବାକୁ ମିଳିନାହିଁ । ଦୁଇଜଣ ପୁଣିଥରେ ପରଦାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଖବର ଅନୁସାରେ ଶାହାରୁଖ୍‌ କେବଳ ଫିଲ୍ମଟିର ପ୍ରଯୋଜନା ଦାୟିତ୍ୱରେ ରହିବେ। ଶାହାରୁଖ ଓ ଆନନ୍ଦ ଏଲ୍‌ ରୟ ମିଳିତ ଭାବେ ଫିଲ୍ମଟିକୁ ନିର୍ମାଣ କରିବେ।  ଏହା ମଧ୍ୟ ଚର୍ଚ୍ଚା ହେଉଛିଯେ ଆନନ୍ଦ ଏଲ୍‌ ରୟଙ୍କୁ ‘ଜିରୋ’ରେ କ୍ୟାଟ୍ରିନା ଓ ଶାହାରୁଖଙ୍କ ଯୋଡ଼ି ବେଶ୍ ପସନ୍ଦ ଆସିଥିଲା। ତେଣୁ ଏ ଦୁହିଁଙ୍କୁ ପୁଣି ଥରେ ପରଦାରେ ଏକାଠି ଆଣିବାକୁ ଆନନ୍ଦ ଯୋଜନା କରୁଛନ୍ତି। ଯଦି ତାଙ୍କ ପ୍ରୟାସ ସଫଳ ହୁଏ, ତା’ହେଲେ ଶାହାରୁଖ୍ ଓ କ୍ୟାଟ୍ରିନା ଏହି ଫିଲ୍ମରେ ସ୍କ୍ରିନ୍ ଶେୟାର କରିପାରନ୍ତି। ଏଥିରେ ଅଭିନୟ କରିବା ପାଇଁ କ୍ୟାଟ୍ରିନା ରାଜି ହୋଇ ସାରିଥିବା ମଧ୍ୟ ସୂଚନା ଆସିଛି। ସୂଚନା ଅନୁଯାୟୀ, ବିଦ୍ୟା ବାଲନ୍‌ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

 

ଏହି ଫିଲ୍ମଟି ଦକ୍ଷିଣ କୋରିଆର କ୍ରାଇମ୍‌ କମେଡି ଫିଲ୍ମ ‘ମିସ୍ ଆଣ୍ଡ ମିସେସ୍ କପ୍ସ’ର ରିମେକ୍ ହେବ। ଏହାର ନିର୍ଦ୍ଦେଶନା ଦେବେ ଅନିରୁଦ୍ଧ ଗନପତି । ତେବେ ଫିଲ୍ମଟି ସଂପର୍କରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ। ଫିଲ୍ମର ଶୁଟିଂ କେବେ ଆରମ୍ଭ ହେବ ଏହି ବିଷୟରେ କୌଣସି ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More