Only for Entertainment

ପତ୍ନୀଙ୍କ ପର୍ସ କେବେ ମଧ୍ୟ ଚେକ କରିନାହିଁ:ଶାହାରୁଖ ।

youtube
23

ନିକଟରେ ଶାହାରୁଖ ମି ଟୁ ଅଭିଯାନ ଉପରେ ନିଜ ମତ ରଖିଛନ୍ତି ଏବଂ ମହିଳା ମାନଙ୍କୁ ନେଇ ମଧ୍ୟ କିଛଇ କଥା କହିଛନ୍ତି । ତେବେ ଗୌରୀଙ୍କ ସହିତ ତାଙ୍କର ବିବାହ ୩୦ ବର୍ଷ ହୋଇ ସାରିଛି । କିନ୍ତୁ ଏହି ୩୦ ବର୍ଷ ମଧ୍ୟରେ ସେ କେବେ ମଧ୍ୟ ଗୌରିଙ୍କ ଏକ ଜିନିଷ ଚେକ କରିନାହାଁନ୍ତି,ଏହି ସିକ୍ରେଟକୁ ନେଇ ସେ ଏକ କଥା କହିଛନ୍ତି । ପତ୍ନୀ ଗୌରୀ ଖାନ୍‌ ଏବଂ ପିଲାମାନଙ୍କ ସହ ତାଙ୍କର ସଂପର୍କ କେମିତି ସେସବୁ ବିଷୟରେ ଖୋଲାଖୋଲି ଭାବରେ ଶାହାରୁଖ୍‌ ଜଣାଇଛନ୍ତି ।

ମହିଳାମାନେ ନିଜ ସହ ହୋଇଥିବା ଅସଦାଚରଣ ବିଷୟରେ ଏତେ ସାହସର ସହ ସମସ୍ତଙ୍କୁ ଜଣାଇଛନ୍ତି ସେଥିପାଇଁ ଆମକୁ ତାଙ୍କୁ ସମ୍ମାନ ଦେବା ଦରକାର । ଏଭଳି ଘଟଣା ଆମମାନଙ୍କ ଚାରି ପାଖରେ ହେଉଥିଲେ ମଧ୍ୟ ଆମେ ଜାଣି ପାରି ନ ଥାଏ । ଆମ ବିବାହକୁ ୩୦ବର୍ଷ ହୋଇଥିଲେ ମଧ୍ୟ ମୁଁ କେବେ ହେଲେ ଗୌରୀଙ୍କ ପର୍ସ ଚେକ୍‌ କରି ନାହିଁ । ଯେତେବେଳେ ବି ମୁଁ ମୋ ରୁମ୍‌କୁ ଯାଏ, ପ୍ରଥମେ କବାଟକୁ ବାଡ଼େଇବା ପରେ ହିଁ ପ୍ରବେଶ କରିଥାଏ । କେବଳ ଗୌରୀ ନୁହନ୍ତି, ଝିଅ ସୁହାନାଙ୍କ ରୁମ୍‌କୁ ଯିବା ପୂର୍ବରୁ ମଧ୍ୟ ମୁଁ କବାଟ ବାଡ଼େଇଥାଏ । ଏହାର କାରଣ ହେଉଛି, ସେମାନଙ୍କର ନିଜର ବ୍ୟକ୍ତିଗତ ଜୀବନ ରହିଛି । ଯାହା ଉପରେ ବିନା ଅନୁମତିରେ ଦଖଲ ଦେବା ଠିକ୍‌ ନୁହେଁ ବୋଲି ଶାହାରୁଖ୍‌ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More