Only for Entertainment

ବାଜପେୟୀଙ୍କୁ ନେଇ ଶାହାରୁଖଙ୍କ ହୃଦୟଭରା ଟ୍ୱିଟ । ହସକୁ ମିସ କରିବି ବାପଜୀ ।

aajtak
0 62

ଦିଲ୍ଲୀ ଏମ୍ସରେ ଗତ ଗୁରୁବାର ସଂଧ୍ୟା ୫ଟା ୫ ମିନିଟରେ ବାପଜୀ ଶରୀର ତ୍ୟାଗ କରି ସାରିଛନ୍ତି । ଲମ୍ବା ସମୟ ଧରି ସେ ଅସୁସ୍ଥ ଥିଲେ । ବାଜପେୟୀଙ୍କ ରାଜନୀତି କ୍ୟାରିଅର ବିଷୟରେ ତ ଆମେ ଜାଣିଛୁ କିନ୍ତୁ ବଲିଉଡ ସହିତ ମଧ୍ୟ ତାଙ୍କର ଏକ ମଧୁର ସଂପର୍କ ଥିଲା ଏହା ଖୁବ କମ ଲୋକ ଜାଣନ୍ତି । ବିଶେଷ କରି ଶାହାରୁଖଙ୍କ ସହିତ ତାଙ୍କର ଖାସ ସଂଯୋଗ ରହି ଆସିଥିଲା । ବାଜପେୟୀଙ୍କ ପରଲୋକରେ ଶାହାରୁଖ ଏକ ଲମ୍ବା ନୋଟ ଲେଖି ଟ୍ୱିଟ କରିଛନ୍ତି ।

ଶହାରୁଖ ଲେଖିଛନ୍ତିଯେ ଦିଲ୍ଲୀରେ ହେଉଥିବା ଅଟଳଙ୍କ ଭାଷଣକୁ ଶୁଣିବା ପାଇଁ ତାଙ୍କ ବାପା ତାଙ୍କୁ ସାଙ୍ଗରେ ନିଅନ୍ତି । ବହୁ ବର୍ଷ ପରେ ତାଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଥିଲା ତାଙ୍କୁ । ତାଙ୍କ ସହିତ ସେ କବିତା,ଫିଲ୍ମ,ରାଜନୀତି ଏବଂ ରୁଦ୍ଧ କଷ୍ଟ ବିଷୟରେ ଆଲୋଚନା କରିଥିଲେ । ଶାହାରୁଖଙ୍କୁ ଅଟଳଙ୍କ କବିତାରେ ସ୍କ୍ରିନ ସେୟାର କରିବାର ସୁଯୋଗ ମିଳିଥିଲା । ଶାହାରୁଖ ଲେଖିଛନ୍ତିଯେ,ତାଙ୍କର ଯିବା ଜଣେ ପିତା ତୁଲ୍ୟ ପୁରୁଷ ଏବଂ ମହାନ ନେତାଙ୍କ ଯିବା ସହିତ ସମାନ । ବ୍ୟକ୍ତିଗତ ଭାବରେ ମୁଁ ପିଲାଦିନର ଗୋଟିଏ ଭାଗକୁ ହଜାଇ ଦେଇଛି । ମୁଁ ଆପଣଙ୍କ ହସ ହସ ଚେହେରାକୁ ମିସ କରିବି ବାପଜୀ ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More