Only for Entertainment

ଚର୍ଚ୍ଚାରେ ଶାହିଦ କପୁରଙ୍କ ମହଙ୍ଗା ଘର,ପତ୍ନୀଙ୍କ ପାଇଁ କିଣିଲେ ୫୬ କୋଟିର ଡ୍ୟୁପ୍ଲେକ୍ସ ।

Hindustan Times
0 33

ବଲିଉଡ ମୋଷ୍ଟ ହ୍ୟାଣ୍ଡସମ୍ ଆକ୍ଟର ସାହିଦ କପୁର ଏବେ ନିଜ ନୂଆ ଘରକୁ ନେଇ ରହିଛନ୍ତି ଚର୍ଚ୍ଚାରେ । ଏହି ବି-ଟାଉନ୍ ଷ୍ଟାର୍ ମୁମ୍ବାଇରେ କିଣିଛନ୍ତି ନିଜ ସ୍ୱପ୍ନର ଘର । ଆଉ ଏହି ଘରର ମୂଲ୍ୟ ରହିଛି ୫୬ କୋଟି ଟଙ୍କା । ବର୍ଲିି ସ୍ଥିତ ଅପ୍ସକେଲ ଆପାର୍ଟମେଂଟ୍ରେ ନିଜ ପତ୍ନୀଙ୍କ ପାଇଁ ଏହି କିଣିଥିବା ଏହି ଘରର ଦାମ ୫୫ କୋଟି ୬୦ ଲକ୍ଷ ଟଙ୍କା । ସାହିଦ୍ ଏଥିପାଇଁ ସରକାରଙ୍କୁ ଷ୍ଟେମ୍ପ ଡ୍ୟୁଟି ବାବଦକୁ ୨ କୋଟି ୯୧ ଲକ୍ଷ ଟଙ୍କା ମଧ୍ୟ ଦେଇଛନ୍ତି । ସାହିଦ କପୁରଙ୍କ ଘର ଟାୱାର୍ର ୪୨ ଏବଂ ୪୩ନମ୍ବର ମହଲାରେ ରହିଛି । ସାହିଦ୍ ଓ ମୀରାଙ୍କ ଜୀବନରେ ଏବେ ଦ୍ୱିତୀୟ ସନ୍ତାନର ଆଗମନ ହେବାକୁ ଯାଉଛି । ମା ହେବାକୁ ଯାଉଛନ୍ତି ମିରା ରାଜପୁତ । ଆଉ ଖାସ୍ ଏଥିପାଇଁ ନୂଆ ଘର କିଣିଛନ୍ତି ସାହିଦ୍ । ଏହି ଟାୱାର୍ରେ ଅଭିନେତା ଅକ୍ଷୟ କୁମାର୍ ଓ ଅଭିଷେଖ ବଚ୍ଚନଙ୍କ ପ୍ରପଟି ରହିଛି । ଫିଲ୍ମ ଉପରେ ଯଦି ନଜର ପକାଇବା ସାହିଦ କପୁର ଏବେ ନିଜ ଆଗାମି ଫିଲ୍ମ ବତି ଗୁଲ ମିଟର ଚାଲୁ ର ସୁଟିଂ ଶେଷ କରିଛନ୍ତି । ଚଳିତ ବର୍ଷ ତାଙ୍କ ଜବରଦସ୍ତ ଅଭିନୟ ପଦ୍ମାବତ ସିନେମାରେ ଦେଖିବାକୁ ମିଳିଛି । ପଦ୍ମାବତ ପାଇଁ ସାହିଦଙ୍କୁ ଅନେକ ପ୍ରଂଶସା ମିଳିଥିବା ବେଳେ ଏବେ ଅପେକ୍ଷା ରହିଲା ଦେଖିବାକୁ ଆଗକୁ ସାହିଦ କଣ କମାଲ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More