Only for Entertainment

‘ଭୂତ ପୁଲିସ’ରେ ଧମାଲ ମଚାଇବ ସୈଫ ଏବଂ ଫାତିମାଙ୍କ ଯୋଡି, ଏହି ଦିନରେ ଆରମ୍ଭ ହେବ ସୁଟିଂ !

29

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଫିଲ୍ମ ‘ବାଜାର’କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସମସ୍ତ ପ୍ରକାର ଫିଲ୍ମ କରୁଥିବା ସୈଫ ଅଲୀ ଖାନ ଖୁବ ଶୀଘ୍ର ଫାତିମା ସନା ଶେଖ ଏବଂ ଅଲୀ ଫଜଲଙ୍କ ସହ ପବନ କୃପାଲାନୀଙ୍କ ହରର କମେଡି ଫିଲ୍ମ ‘ଭୁତ ପୁଲିସ’ରେ ନଜର ଆସିବାକୁ ଯାଉଛନ୍ତି । ଏହା ଏଭଳି ହରର କମେଡି ଫିଲ୍ମ ହେବ ଯାହା ୩ଡିରେ ସୁଟ କରାଯିବ । ଫକ୍ସ ଷ୍ଟାର ଷ୍ଟୁଡିଓ ସୋମବାର ଦିନ ଏହି ଫିଲ୍ମ ବିଷୟରେ ସୂଚନା ଦେବା ବେଳେ କହିଛନ୍ତି ଫିଲ୍ମ ନିର୍ଦ୍ଦେଶନା ଫୋବିଆ ଏବଂ ରାଗିନୀ ଏମଏମଏସ ଭଳି ଫିଲ୍ମକୁ ନିର୍ଦ୍ଦେଶକ ଥିବା କୃପାଲାନୀ କରିବେ । ଫିଲ୍ମର ସୁଟିଂ ଚଳିତ ବର୍ଷ ଅଗଷ୍ଟରେ ଆରମ୍ଭ ହେବ ।

 

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ତାନ୍ତ୍ରିକ ରଖାଯାଇଥିଲା ଏବଂ ଏଥିରେ ଅଭିଶେକ ବଚ୍ଚନଙ୍କୁ କାଷ୍ଟ କରାଯାଇଥିଲା କିନ୍ତୁ ଅଭିଶେକଙ୍କ ପରିବର୍ତ୍ତେ ଏଥିରେ ସୈଫଙ୍କୁ ନିଆ ଯାଇଛି । ୱର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସୈଫ କିଛି ଦିନ ହେବ ୱେବସିରିଜ ‘ସେକ୍ରେଡ ଗେମ୍ସ’ ସିଜନ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାବ୍ୟତୀତ ସୈଫ ଅଲୀ ଖାନ, ଅଜୟ ଦେବଗନଙ୍କ ମୁଖ୍ୟ ଭୂମିକା ଥିବା ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିଅର’ରେ ମଧ୍ୟ କାମ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More