Only for Entertainment

ସୈଫ ଅଲୀ ଖାନଙ୍କ ଝିଅ ଭୂମିକାରେ ନଜର ଆସିବେ ଅନନ୍ୟା ପାଣ୍ଡେ !

38

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ କ୍ୟୁଟ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ଅନନ୍ୟାଙ୍କୁ ନେଇ ଖବର ଶୁଣିବାକୁ ମିଳିଛି ଯେ ଖୁବଶୀଘ୍ର ରୂପେଲି ପରଦାରେ ସୈଫ ଅଲୀ ଖାନଙ୍କ ଝିଅ ଭୂମିକାରେ ନଜର ଆସିବେ । ଅନନ୍ୟା ଏବେ ପର୍ଯ୍ୟନ୍ତ କେବଳ ୨ଟି ଫିଲ୍ମ କରିଛନ୍ତି, କିନ୍ତୁ ତାଙ୍କ ପପୁଲାରିଟି ଦୃତ ଗତିରେ ବଢିବାରେ ଲାଗିଛି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପତି ପତ୍ନୀ ଔର ୱ’ ବକ୍ସଅଫିସରେ ଧମାଲ ମଚାଇବାରେ ଲାଗିଛି ।

ବଲିଉଡରେ ଚର୍ଚ୍ଚା ରହିଛି ଯେ ଅନନ୍ୟା ଆଗାମୀ ଫିଲ୍ମ ରେ ସୈଫଙ୍କ ଝିଅ ହେବେ । ଏହା ଏକ ଥ୍ରିଲର ଫିଲ୍ମ ହେବ, ଯାହାକୁ ଫରହାନ ଅଖତର ପ୍ରଡ୍ୟୁସ କରିବେ ।

ଏହା ଏକ ବାପା ଏବଂ ଝିଅ ସମ୍ପର୍କକୁ କାହାଣୀ । ଶୁଣିବାକୁ ମିଳିଛି ଯେ ଫିଲ୍ମରେ ରାହୁଲ ଢୋଲକିଆ ନିର୍ଦ୍ଦେଶନା ଭାର ତୁଲାଇବେ ।

ସୈଫଙ୍କ ପାଖରେ ଅନେକ ଫିଲ୍ମ ରହିଛି । ସେ ଅଜୟ ଦେବଗନଙ୍କ ସହ ‘ତାଣ୍ହାଜୀ: ଦ ଅନସଙ୍ଗ ୱାରିଅର’ରେ ନଜର ଆସିବେ ଏବଂ ସେ ଏକ ୱେବସିରିଜ ମଧ୍ୟ ସୁଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More