Only for Entertainment

କରୀନାଙ୍କୁ ଡେଟ୍‌ କରିବା ପୂର୍ବରୁ ବିବାହିତ ବୋଲି ନ ଜଣାଇ ଏହି ମହିଳାଙ୍କୁ ଡେଟ୍‌ କରୁଥିଲେ ସୈଫ୍‌ ଅଲ୍ଲୀ ଖାନ୍‌

37

 

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ବିଭିନ୍ନ ସମୟରେ ନିଜ ପେସାଦାର ଜୀବନ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀ କରୀନାଙ୍କୁ ବିବାହ କରିବା ହେଉ ବା ଅଭିନେତ୍ରୀ ଅମୃତା ସିଂହଙ୍କଠାରୁ ଅଲଗା ହେବା ହେଉ; ଏହି ଦୁଇଟି ଘଟଣା ତାଙ୍କୁ ଚର୍ଚ୍ଚାରେ ରଖିଥିଲା । ତେବେ ଏ ଦୁହିଁଙ୍କ ମଧ୍ୟରେ ଆଉ ଏକ ଏମିତି ଘଟଣା ରହିଥିଲା, ଯାହା ବୋଧ ହୁଏ କମ୍‌ ଲୋକଙ୍କୁ ଜଣା । ଅମୃତାଙ୍କ ସହ ଛାଡ଼ପତ୍ର ମାମଲା ଚାଲୁଥିବା ବେଳେ ସୈଫ୍‌ ରୋଜା ନାମକ ଜଣେ ମହିଳାଙ୍କୁ ଡେଟ୍‌ କରୁଥିଲେ । ସବୁଠାରୁ ବଡ଼ କଥା ହେଲା ସୈଫ୍‌ ରୋଜାଙ୍କୁ ବିବାହିତ ବୋଲି ନ ଜଣାଇବା ସହ ସେ ଦୁଇଟି ସନ୍ତାନର ବାପା ବୋଲି ମଧ୍ୟ ଜଣାଇ ନ ଥିଲେ । ରୋଜା ଭାରତ ଆସିବା ପରେ ତାଙ୍କୁ ସବୁ ଜଣା ପଡ଼ିଥିଲା, ଯାହା ତାଙ୍କୁ ଶକ୍ତ ଧକ୍କା ଦେଇଥିଲା ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, କେନିଆକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସୈଫ୍‌ ରୋଜାଙ୍କୁ ଭେଟିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହେବା ସହ ଦୁହେଁ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ । କିନ୍ତୁ ସେ ସମୟରେ ସୈଫ୍‌ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ରୋଜାଙ୍କୁ ଜଣାଇ ନ ଥିଲେ । ଭାରତ ଆସିବା ପରେ ସୈଫ୍‌ ଅମୃତାଙ୍କୁ ଛାଡ଼ପତ୍ର ଦେଉଛନ୍ତି ଏବଂ ସେ ଦୁଇଟି ସନ୍ତାନର ବାପା ବୋଲି ରୋଜା ଜାଣିବାକୁ ପାଇଥିଲେ । ଯାହା ପରେ ତାଙ୍କ ହୃଦୟ ଭାଙ୍ଗଯିବା ସହ ସେ ଭାରତ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ରୋଜାଙ୍କ ପରେ ପରେ ସୈଫ୍‌ କରୀନାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More