Only for Entertainment

ଘୋଡା ଉପରେ ବସି ମାତା ରାନୀଙ୍କ ଦର୍ଶନ ପାଇଁ ପହଁଚିଲେ ସାରା ଅଲୀ ଖାନ, କହିଲେ ଯଦି ମୁଁ ପାପ କରିଥାଏ ତେବେ….

India TV
33

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ ନିଜର ବଲିଉଡ ଡେବ୍ୟୁ କରିବା ପୂର୍ବରୁ ହିଁ ଖୁବ ଲାଇମ ଲାଇଟରେ ଅଛନ୍ତି । ଘରୁ ବାହାରକୁ ଆସିବା ମାତ୍ରେ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥାଏ । ନିକଟରେ ସୋସିଆଲ ମିଡିଆରେ ସାରାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ସାରାଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ‘ର ସୁଟିଂ ସମୟରେ ସେ ଏହି ଭିଡିଓକୁ ସୁଟ କରିଥିଲେ ।

ଭିଡିଓରେ ସାରା ଘୋଡା ଉପରେ ବସି ମାତା ରାନୀଙ୍କ ଦର୍ଶନ ପାଇଁ ଯାଉଛନ୍ତି । ସେହି ସମୟରେ ସେ ଏହି ଭିଡିଓକୁ ସୁଟ କରିଛନ୍ତି । ଭିଡିଓରେ ସାରା କହିଛନ୍ତି ଯେ, ‘ଯଦି ମୁଁ ପାପ କରିଥାଏ ତେବେ ମୁଁ ଦର୍ଶନ କରିପାରିବି ନାହିଁ…ଭିତରକୁ ମଧ୍ୟ ଯାଇ ପାରିବି ନାହିଁ । ଆଉ ଯଦି ମୁଁ ପାପା କରିନଥାଏ ତେବେ ମୁଁ ଭିତକୁ ଯାଇପାରିବି । ଏବଂ ମାତା ରାଣୀଙ୍କୁ ଜଣା ଯେ ମୁଁ ପାପା କରିଛି କି ନାହିଁ ।’ ସୋସିଆଲ ମିଡିଆରେ ସାରାଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଚି ଏବଂ ଲୋକମାନଙ୍କୁ ସାରାଙ୍କ ଅନ୍ଦାଜ ଖୁବ ପସନ୍ଦ ମଧ୍ୟ ଆସିଛି ।

 

ଫିଲ୍ମ ବିଷୟରେ କହିବାକୁ ଗଲେ ସାରାଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ‘ ରିଲିଜ ନହେଉଣୁ ସେ ଏବେ ନିଜର ଦ୍ୱିତୀୟ ଫିଲ୍ମ ସିମ୍ବାର ସୁଟିଂ ଆରମ୍ଭ କରିଦେଇଛନ୍ତି । ରୋହିତ ଶେଟ୍ଟୀ ଏବଂ କରଣ ଜୋହରଙ୍କ ଫିଲ୍ମ ‘ସିମ୍ବା’ରେ ସାରା ଅଭିନେତା ରଣବୀର ସିଂଙ୍କ ସହିତ ସ୍କ୍ରିନ ସେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More