Only for Entertainment

ସୈଫ ଅଲୀ ଖାନଙ୍କ ଫିଲ୍ମ ‘ଲାଲ କପ୍ତାନ’ର ଫାଷ୍ଟ ଲୁକ ଆଉଟ, ନାଗା ସାଧୁ ଲୁକରେ ଆସିଲେ ନଜର !

21

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଖୁବ ଶୀଘ୍ର ଫିଲ୍ମ ‘ଲାଲ କପ୍ତାନ’ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇଛି । ପୋଷ୍ଟରରେ ସୈଫ ନାଗା ସାଧୁଙ୍କ ଭୂମିକାରେ ନଜର ଆସିବେ । ଏହି ଲୁକରେ ସୈଫଙ୍କୁ ପହଂଚିବା ପାଇଁ ଅନେକ କଷ୍ଟ କରିବାକୁ ପଡିଥିଲା ।

ଏହି ଲୁକ ଲଂଚ କରି ଟ୍ୟାଗ ଲାଇନ ରହିଛି ‘ରାଖ ସେ ଜନ୍ମା..ରାଖ ହୋ ଜାନେ କୋ ।’ଏହି ଫିଲ୍ମ ଏକ ରିଭେଂଜ ଡ୍ରାମା ଫିଲ୍ମ ଅଟେ । ଫିଲ୍ମର ଫାଷ୍ଟ ଲୁକ ଏରୋସ ଦ୍ୱାରା ଜାରି କରାଯାଇଛି । ସାମ୍ନାକୁ ଆସିଥିବା ପୋଷ୍ଟରରେ ପରିଷ୍କାର ରହିଛି ଯେ ସୈଫ ପୁଣି ଥରେ ନିଜ ଅଭିନୟରେ ଲୋକଙ୍କୁ ଚକିତ କରିବାକୁ ଆସୁଛନ୍ତି । ଏହି ଲୁକ ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ସାମ୍ନାକୁ ଆସିଯାଇଛି । ଫିଲ୍ମ ୬ସେପ୍ଟେମ୍ବର ୨୦୧୯ରେ ରିଲିଜ ହେବ ।

କିଛି ଦିନ ପୂର୍ବେ ସେଟରୁ ଅଭିନେତାଙ୍କ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଭିନ୍ନ ଷ୍ଟାଇଲରେ ନଜର ଆସିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମେ ଏହି ଫିଲ୍ମର ନାଁ ରଖାଯାଇଥିଲା ହଂଟର କିନ୍ତୁ ନିର୍ମାତା ଏହି ନାଁ କୁ ନେଇ ଖୁସି ନଥିଲେ । ଯାହା ପରେ ଫିଲ୍ମର ନାଁ ପରିବର୍ତ୍ତନ କରାଯାଇଥିଲା ।

କାମ ବିଷୟରେ କହିବାକୁ ଗଲେ ସୈଫଙ୍କ ଏକ ୱେବ ସିରିଜ ସେକ୍ରେଡ ଗେମ୍ସର ଦ୍ୱିତୀୟ ସିଜନ ଖୁବ ଶୀଘ୍ର ନେଟଫ୍ଲିକ୍ସରେ ରିଲିଜ ହେବ । ଏହାବ୍ୟତୀତ ସୈଫ ‘ଜବାନୀ ଜାନେମନ’ ଏବଂ ‘ତାନାଜୀ ଦ ଅନସଙ୍ଗ ୱାରିଅର’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More