Only for Entertainment

ପଟୌଦିରେ ନିଜ ଘର ରାସ୍ତା ଭୂଲି ଗଲେ ସୈଫ ଅଲୀ ଖାନ !

95

ଆସନ୍ତା ୨୧ସେପ୍ଟେମ୍ବରରେ ବେବୋ କରୀନାଙ୍କ ଜନ୍ମଦିନ ପାଳନ କରିବା ପାଇଁ ବୁଧବାର ସୈଫ ପରିବାର ସହ ପଟୌଦିରେ ପହଂଚିଛନ୍ତି , କିନ୍ତୁ ଏଠାରେ ପହଂଚି ସେ ନିଜ ପ୍ୟାଲେସର ରାସ୍ତା ଭୂଲି ଯାଇଥିଲେ । ଏୟାରପୋର୍ଟରୁ ଏକ ଗାଡି ବୁକ କରି ପ୍ୟାଲେସକୁ ବାହାରିଥିଲେ । ମାତ୍ରା ରାସ୍ତା ଭୂଲି ବଜାର ଆଡକୁ ଚାଲି ଯାଇଥିଲେ ।

ଏହାପରେ ସେ ରାସ୍ତାରେ ଅଟକି କିଛି ପିଲାଙ୍କୁ ପ୍ୟାଲେସର ରାସ୍ତା ପଚାରିଥିଲେ । ସେହି ପିଲା ମଧ୍ୟ ସୈଫଙ୍କୁ ଏଭଳି ଦେଖି ଚକିତ ହୋଇପଡିଥିଲେ । ତା’ପରେ ପିଲାମାନେ ତାଙ୍କୁ ପ୍ୟାଲେସରେ ନେଇ ପହଂଚାଇଥିଲେ । ସୈଫ ଏହାପରେ ସେଠାରେ ଉପସ୍ଥିତ ପିଲାମାନଙ୍କ ସହ ସେଲ୍ଫି ନେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ସୈଫ ଅଲୀ ଖାନ ଇବ୍ରାହିମ ପ୍ୟାଲେସରେ ନିଜ ପତ୍ନୀ କରୀନାଙ୍କ ବର୍ଥଡେ ସେଲିବ୍ରେଟ କରିବା ପାଇଁ ଯାଇଛନ୍ତି ଯେଉଁଠାରେ ସେ କରୀନାଙ୍କ ୩୯ତମ ଜନ୍ମଦିନ ପାଳନ କରିବେ । ତେବେ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ବଲିଉଡ କଳାକାରଙ୍କ ଭିଡ ଜମିପାରେ । ଏହିକାରଣରୁ ପଟୌଦି ମହଲରେ ଖୁବ ସାଜସଜ୍ଜା ଆରମ୍ଭ ହୋଇଗଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More