Only for Entertainment

‘ଗୋ ଗୋଆ ଗୋନ’ର ସିକ୍ୱଲ ନେଇ ଆସୁଛନ୍ତି ସୈଫ ଅଲୀ ଖାନ ।

Digital Spy
0 73

ସୈଫ ଅଲୀ ଖାନ, କୁନାଲ ଖେମୁ ଏବଂ ବୀର ଦାସ ଅଭିନୀତ ଫିଲ୍ମ ‘ଗୋ ଗୋଆ ଗୋନ’ ସିକ୍ୱଲ ଆସିବାର ଖବର କେବେ ଠାରୁ ଶୁଣିବାକୁ ମିଳୁଛି । ଫିଲ୍ମକୁ ନେଇ କିଛି ନା କିଛି ନୂଆ ଖୁଲାସା ହେବାରେ ଲାଗିଛି । ତେବେ ନିକଟରେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଆପଣ ଜାଣିଥିବେ ଯେ ୨୦୧୩ରେ ଏହି ଫିଲ୍ମ ରିଲିଜ ହୋଇଥିଲା ଏବଂ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ତେବେ ଏହି ଫିଲ୍ମର ସିକ୍ୱଲ ‘ଗୋ ଗୋଆ ଗୋନ ୨’ ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଶୁଣିବାକୁ ମିଳିଛି ।

Saif-Ali-Khan

ଏହାକୁ ନେଇ ସୈଫ କହିଛନ୍ତି, ଆମେ ‘ଗୋ ଗୋଆ ଗୋନ ୨’ ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ । ଏହା ଏକ ଭଲ ଆଇଡିଆ ମୋତେ ଖୁବ ପସନ୍ଦ ଆସିଲା । ସୈଫ ଏହା ମଧ୍ୟ କହିଛନ୍ତି ଯେ ମୁଁ ପୁଣିଥରେ ବୋରିସ ହୋଇ ଫେରିବି କିନ୍ତୁ ଏକ ନୂଆ ମିଶନରେ । ପ୍ରଥମ ଫିଲ୍ମ ପରି ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ମଜାଦାର ରିହିବ ।

ଉଲ୍ଲେଖଯେଗ୍ୟ ଯେ ‘ଗୋ ଗୋଆ ଗୋନ’ ବଲିଉଡର ପ୍ରଥମ ହରର କମେଡି ଫିଲ୍ମ ମଧ୍ୟରୁ ଏକ । ଶୁଣିବାକୁ ମିଶଳୁଛି ଯେ ଏହାର ସିକ୍ୱଲରେ ବଡ କଳାକାରମାନଙ୍କୁ ଦେବଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More