Only for Entertainment

ଅଜୟ ଦେବଗନଙ୍କ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିପାରନ୍ତି ସୈଫ ଅଲୀ ଖାନ ।

DNA India
0 32

ବଲିଉଡର ସିଙ୍ଘମ ଷ୍ଟାର ଅଜୟ ଦେବଗନ ଖୁବ ଶୀଘ୍ର ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ନିର୍ମାଣ କରିବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମରେ ଅଭିନେତା ସୈଫ ଅଲୀ ଖାନ ଖଳନାୟକ ଭୂମିକାରେ ନଜର ଆସିପାରନ୍ତି । ଅଜୟ ଖୁବ ଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

ଫିଲ୍ମରେ ଅଜୟ ଦେବଗନ ତାନାଜୀ ମାଲୁସରେ ଭୂମିକାରେ ନଜର ଆସିବେ । ଫିଲ୍ମରେ ତାଙ୍କ ପତ୍ନୀ ଭୂମିକାରେ କାଜୋଲଙ୍କୁ ଦେଖିବାକୁ ମିଳିପାରେ । ଏହି ଫିଲ୍ମରେ ସୈଫ ଅଲୀ ଖାନ ଉଦୟଭାନ ରାଠୋଡ ଚରିତ୍ରରେ ନଜର ଆସିପାରନ୍ତି । ଏହା ଏକ ନେଗେଟିଭ କ୍ୟାରେକ୍ଟର ।

ଖବର ଅନୁସାରେ ଫିଲ୍ମ ନିର୍ମାତା ଏହି ରୋଲ ପାଇଁ ସୈଫ ଅଲୀ ଖାନଙ୍କୁ ଆପ୍ରୋଚ କରିଛନ୍ତି । ଯଦି ସୈଫ ଏହି ରୋଲରେ ଅଭିନୟ କରିବା ପାଇଁ ରାଜି ହୁଅନ୍ତି ତେବେ ଦୀର୍ଘ ୧୨ ବର୍ଷ ପରେ ସୈଫ ଏବଂ ଅଜୟଙ୍କୁ ଏକା ସହିତ ଦେଖିବାକୁ ମିଳିବ । ଏହା ପୂର୍ବରୁ ଦୁହେଁ କଚ୍ଚେ ଧାଗେ ଏବଂ ଓମକାରା ପରି ଫିଲ୍ମରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More