Only for Entertainment

ବ୍ୟାଡମିଣ୍ଟନ କୋର୍ଟରେ ସାଇନା ନେହୱାଲଙ୍କ ଭୂମିକାରେ ନଜର ଆସିଲେ ଶ୍ରଦ୍ଧା, ଜାରି ହେଲା ଫାଷ୍ଟ ଲୁକ ।

aajtak
0 22

ଭୂଷଣ କୁମାର ପ୍ରଡକ୍ସନ ଏବଂ ଅମୋଲ ଗୁପ୍ତେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ବାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ଏହି ଫିଲ୍ମରେ ସାଇନାଙ୍କ ଭୂମିକାରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିବ । ସାଇନାଙ୍କ ଭୂମିକା ପାଇଁ ଶ୍ରଦ୍ଧା ଜୋରସୋରରେ ବ୍ୟାଡମିଣ୍ଟନ ପ୍ରକ୍ସିସ ମଧ୍ୟ କରୁଛନ୍ତି । ଏବଂ ଏହାକୁ ବାସ୍ତବ ରୂପ ଦେବା ପାଇଁ ସେ ୪୦ ବ୍ୟାଡମିଣ୍ଟନ କ୍ଲାସ ମଧ୍ୟ ନେଇ ସାରିଛନ୍ତି । ଇତି ମଧ୍ୟରେ ଫିଲ୍ମରେ ଶ୍ରଦ୍ଧାଙ୍କ ପାଷ୍ଟ ଲୁକ ଜାରି କରାଯାଇଛି ।

shraddha

ଫଟୋରେ ଶ୍ରଦ୍ଧା ବ୍ୟାଡମିଣ୍ଟନ କୋର୍ଟରେ ନଜର ଆସିଛନ୍ତି । ବ୍ୟାଡମିଣ୍ଟନ କୋର୍ଟରେ ସାଇନାଙ୍କୁ ଯେଉଁଭଳି ସ୍ପିରିଟରେ ଦେଖିବାକୁ ମିଳିଥାଏ ଫଟୋରେ ମଧ୍ୟ ଶ୍ରଦ୍ଧାଙ୍କୁ ସେଇ ଅନ୍ଦାଜରେ ଦଖିବାକୁ ମିଳିଛି । ଶ୍ରଦ୍ଧାଙ୍କ କହିବା ଅନୁସାରେ ସେ ପ୍ରତ୍ୟେକ ଦିନ ସକାଳ ୬ଟାରେ ଟ୍ରେନିଂ ପାଇଁ ଯାଇଥାନ୍ତି ।

ଶ୍ରଦ୍ଧାଙ୍କ ଅନ୍ୟ ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ସେ ସାହିଦ କପୁରଙ୍କ ସହିତ ଫିଲ୍ମ ବତ୍ତି ଗୁଲ ମିଟର ଚାଲୁରେ ନଜର ନଜର ଆସିଥିଲେ । ଏହା ସହିତ ରାଜ କୁମାର ରାଓଙ୍କ ସହିତ ଫିଲ୍ମ ସ୍ତ୍ରୀରେ ମଧ୍ୟ ନଜର ଆସିଥିଲେ । ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବା ସହିତ ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More