Only for Entertainment

ରାମ ମନ୍ଦିର ନିର୍ମାଣ କରିବା ପାଇଁ ୩ ବର୍ଷ ହେବ ଗୋଟିଏ ଗୋଡରେ ଛିଡା ହୋଇଛନ୍ତି ଏହି ବାବା ।

you tube
28

ଦେଶରେ ଏବେ ରାମ ମନ୍ଦିର ନିର୍ମାଣ ନେଇ ଦାବି ଜୋର ଧରିଛି । ବାବା ରାମଦେବଙ୍କଠାରୁ ଆରମ୍ଭ କରି ବଡ ବଡ ନେତାମାନେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ଯୁକ୍ତି ବାଢିବା ଆରମ୍ଭ କରିଛନ୍ତି । ଏପରିକି କିଛି ନେତା ଏହାକୁ ନେଇ ରାଜନୀତି କରିବାକୁ ମଧ୍ୟ ପଛାଉନାହାନ୍ତି । ଆଉ ଏସବୁ ଭିତରେ ରାମ ମନ୍ଦିର ନିର୍ମାଣ ଦାବି ନେଇ ଖଡେଶ୍ୱରୀ ବାବା ଦୀର୍ଘ ୩ ବର୍ଷ ହେବ ଗୋଟିଏ ଗୋଡରେ ଛିଡା ହୋଇ ରହିଛନ୍ତି । ଆଉ ସଂକଳ୍ପ କରିଛନ୍ତି ଯେ, ନିଜ ଗାଁ ଓ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲା ପରେ ହିଁ ସେ ବସିବେ ।

ବାବା ରୂପଗିରି ଓରଫ ଖଡେଶ୍ୱରୀ ବାବା ମୂଳତଃ ଗାଜିଆବାଦ ଅଞ୍ଚଳର । ରାମ ମନ୍ଦିର ନିର୍ମାଣ ଦାବିରେ ବାବା ଦୀର୍ଘ ୩ ବର୍ଷ ଧରି କୌଣସି ଅନ୍ନ ଭୋଜନ କରିନାହାନ୍ତି କେବଳ ଫଳମୂଳ ଖାଇ ଜୀବନ ଅତିବାହିତ କରୁଛନ୍ତି । ଖଡେଶ୍ୱରୀ ବାବା ନିଜ ଗୁରୁ ତଥା ଦୁଧେଶ୍ୱର ମହାଦେବ ମନ୍ଦିରର ମହନ୍ତ ନାରାୟଣ ଗିରିଙ୍କ ସମ୍ମୁଖରେ ସକଂଳ୍ପ ନେଇଛନ୍ତି ଯେ, ଯେତେ ଦିନ ଯାଏଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନ ହୋଇଛି ସେତେବେଳ ଯାଏଁ ସେ ଗୋଟିଏ ଗୋଡରେ ଛିଡା ହୋଇ ରହିବେ ।

ଦିନ ତମାମ ଅଥାର୍ତ ୨୪ ଘଣ୍ଟା ଧରି ଏକ ଦୋଳି ସାହାରାରେ ଗୋଟିଏ ଗୋଡରେ ଛିଡା ହୋଇ ରହିଥାନ୍ତି ଖଡେଶ୍ୱରୀ ବାବା । ଏପରିକି ସେହିଭଳି ଅବସ୍ଥାରେ ହିଁ ଭଗବାନଙ୍କ ଆରାଧନା କରିବା ସହ ଛିଡା ହୋଇଥିବା ଅବସ୍ଥାରେ ଶୋଇଥାନ୍ତି । ଏବେ ରୂପଗିରି ଜୀ ମହାରାଜ ନାଗା ସନ୍ୟାସୀଙ୍କ ସହ ଜୁନା ଆଖଡାରେ ରହୁଛନ୍ତି । କେବଳ ତାଙ୍କୁ ଦେଖିବା ପାଇଁ, ଜୁନା ଆଖଡାକୁ ପ୍ରତିଦିନ ଦୂରଦୂରାନ୍ତରରୁ ଲୋକ ଆସିଥାନ୍ତି । ଆଜକୁ ୨୬ ବର୍ଷ ପୂର୍ବେ ଲକ୍ଷାଧିକ କରସେବକ ଅଯୋଧ୍ୟାରେ ପହଞ୍ଚିବା ସହ ବ୍ରାବି ମସଜିଦ୍ ଭାଙ୍ଗିଥିଲେ । ସେବେଠାରୁ ଏହି ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବାକୁ ଦାବି ହୋଇ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More