ବଲିଉଡ ଅଭିନେତା ସଲମାନ ଖାନ ଅଭିନୟ ସହ ଅନେକ ଫିଲ୍ମରେ ଗୀତ ମଧ୍ୟ ଗାଇଛନ୍ତି ଏବଂ ଏଥର ତାଙ୍କ ବାପା ସଲିମ ଖାନଙ୍କ ଗୀତ ଗାଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ସଲମାନ ଖାନଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଇଛି । ଯେଉଁଥିରେ ତାଙ୍କ ବାପାଙ୍କ ସହ ସେ ‘ସୁହାନୀ ରାତ ଢଲ ଚୁକି’ଗୀତ ଗାଉଥିବାର ନଜର ଆସିଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ସଲମାନ ଏହି ଭିଡିଓ ଶେୟାର କରି ଲେଖିଛନ୍ତି ଯେ ଆମ ଘର ସୁଲତାନ, ଟାଇଗର ଏବଂ ଭାରତ ଗାଉଛନ୍ତି ।
କିଛିଦିନ ହେବ ସଲମାନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । ସେ ନିଜ ପରିବାରସହ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରୁଛନ୍ତି । ସଲମାନଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଇଦରେ ତାଙ୍କର ଫିଲ୍ମ ଭାରତ ରିଲିଜ ହୋଇଥିବା ଏଥିରେ ତାଙ୍କ ସହ କ୍ୟାଟରୀନ. ସୁନୀଲ ଗ୍ରୋବର ଏବଂ ଦୀଶା ପାଟନୀ ପ୍ରମୁଖ ନଜର ଆସିଥିଲେ । ଏହି ଫିଲ୍ମରେ ଦର୍ଶକଙ୍କ ମିଳାମିଶା ରେସପନ୍ସ ମିଳିଥିଲା ।