Only for Entertainment

ସଲିଲଙ୍କ ଶେଷ ସିନେମା ‘ମାଲ ମହୁ ଜୀବନ ମାଟି’, ଅପେକ୍ଷାରେ ପ୍ରଶଂସକ

odisha news times
58

ନଭେମ୍ବର ୮ରେ ମୁକ୍ତିଲାଭ କରିବ ସଲିଲ ମିତ୍ରଙ୍କ ଶେଷ ସିନେମା ‘ମାଲ ମହୁ ଜୀବନ ମାଟି’ । ଫିଲ୍ମରେ ସଲିଲଙ୍କୁ ଏକ ଦମଦାର ଚରିତ୍ରରେ ଦେଖିବାକୁ ମିଳିବ । ଯଦିଓ ସେ କମେଡ଼ି ପାଇଁ ବେଶ୍ ଜଣାଶୁଣା ତଥାପି ତାଙ୍କୁ ଏହି ଫିଲ୍ମରେ ମିଳିଛି ତାଙ୍କ ଡ୍ରିମ କ୍ୟାରେକ୍ଟର । ଫିଲ୍ମରେ ତାଙ୍କୁ ଉଭୟ କମେଡ଼ି ସହିତ ଭିନ୍ନ ଅବତାରରେ ମଧ୍ୟ ଦେଖିବାକୁ ମିଳିବ ।

 

କହିରଖୁଛୁ ଗତ କିଛି ଦିନ ପୂର୍ବରୁ ସଲିଙ୍କର ଘଟଗାଁ ଯିବା ରାସ୍ତାରେ କାର ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଥିଲା । ତେବେ ଏହା ପୂର୍ବରୁ ଫିଲ୍ମଟିର ସୁଟିଂ ସେ କରିଥିଲେ, ଯଦିଓ ଫିଲ୍ମଟି ଶେଷ ହୋଇନଥିଲା ତଥାପି ସଲିଙ୍କ ଜୀବନ ଦୀପ ଲିଭିଗଲା ଏବଂ ସେ ସମସ୍ତଙ୍କ ପର କରି ଏ ଦୁନିଆରୁ ବିଦାୟ ନେଲେ । ତେବେ ଦର୍ଶକ ସଲିଲଙ୍କ ଶେଷ ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ସବସାଚୀ ଏବଂ ଏଲିନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More