୮୩ ବର୍ଷରେ ନାତି ଆହିଲଙ୍କ ପାଇଁ ଘୋଡ଼ା ହେଲେ ସଲମାନଙ୍କ ବାପା ସଲିମ ଖାନ, ଭିଡ଼ିଓ ଭାଇରାଲ ।
ବଲିଉଡ ଆକ୍ଟର ସଲମାନ ଖାନଙ୍କ ବାପା ସଲିମ ଖାନଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓରେ ସଲିମ ନାତି ଆହିଲଙ୍କ ସହିତ ଖେଳୁଥିବାର ନଜର ଆସିଛନ୍ତି । ଯେଉଁଥିରେ ସଲିମ ଘୋଡ଼ା ହୋଇଛନ୍ତି ଏବଂ ଆହିଲ ତାଙ୍କ ଉପରେ ବସିଛନ୍ତି । ଅବଶ୍ୟ ଏହି ଭିଡ଼ିଓକୁ ସଲମାନଙ୍କ ଭଉଣୀ ଅର୍ପିତା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଏହା ସହିତ କ୍ୟାପ୍ସନରେ ଲେଖିଛନ୍ତିଯେ ୮୩ ବର୍ଷର ମୋ ବାପାଙ୍କୁ ଆହିଲ ସହିତ ଖେଳୁଥିବାର ଏଭଳି ଦେଖିବା ଖୁବ ଆକର୍ଷଣୀୟ । ଏହିଭଳି ମଧ୍ୟ ସେ ଆମ ସହିତ ଖେଳିଛନ୍ତି କିନ୍ତୁ ମୋର ମନେ ନାହିଁ । ଏହା ସବୁବେଳେ ମନେ ରହିବ । ଲଭ ୟୁ ଡ୍ୟାଡ/ନାନା । ତେବେ ଏହି ଭିଡ଼ିଓ ଫ୍ୟାନଙ୍କୁ ଖୁବ ପସନ୍ଦ ଆସୁଛି ।
So amazing to see my dad at 83 do things with Ahil which he must have done with me & I can’t remember. Memories forever … Love You Dad/Nana ?? @luvsalimkhan pic.twitter.com/MODkoR4cx7
— Arpita Khan Sharma (@khanarpita) January 19, 2019
କହିରଖୁଛୁଯେ ଆହିଲଙ୍କୁ ସମସ୍ତେ ଖୁବ ଭଲପାଆନ୍ତି ।
ଅଧିକାଂଶ ସମୟରେ ସଲମାନ ତାଙ୍କ ସହିତ ଖେଳୁଥିବାର ନଜର ଆସିଥାନ୍ତି । ଅରବାଜ ଏବଂ ସୋହେଲ ମଧ୍ୟ ଆହିଲଙ୍କୁ ଖୁବ ଭଲପାନ୍ତି ।