Only for Entertainment

ଶାହାରୁଖ-ଅମିରଙ୍କୁ ପଛରେ ପକାଇ ସ୍କୋର ଟ୍ରେଣ୍ଡସର ଟପରେ ଭାଇଜାନ

DNA India
0 44

ବଲିଉଡର ଦବଙ୍ଗ ଖାନ ସଲମାନ ନିଜର ଆଗାମୀ ଫିଲ୍ମ ‘ରେସ-୩’ରେ ନଜର ଆସିବେ । ନିକଟରେ ସେ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଏହା ସହିତ ଟିଭି ଶୋ’ ‘ଦଶ କା ଦମ’ରେ ମଧ୍ୟ ସେ ହୋଷ୍ଟ କରୁଥିବା ନଜର ଆସିବେ । ଏହି କାରଣରୁ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ଭାଇଜାନ । ସବୁଠାରୁ ଅଧିକ ଚର୍ଚ୍ଚାରେ ରହିବା କାରଣରୁ ୯୦.୯୭ ଅଙ୍କ ସହିତ ସେ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି ।

list

ସେହିପରି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡା ଅଭିନେତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଗ୍ଲୋବାଲ ଆଇକନ ପ୍ରିୟଙ୍କା ନିକଟରେ ଭାରତ ଫେରିଛନ୍ତି । ଏବଂ ତାଙ୍କ ଅପକମିଙ୍ଗ ଫିଲ୍ମ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ସହିତ ପୁରା ବଲିଉଡ ଅପେକ୍ଷା କରି ରହିଛନ୍ତି । ଏହି କରଣରୁ ୬୮.୯୭ ଅଙ୍କ ସହିତ ପ୍ରିୟଙ୍କା ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ଶୀର୍ଷରେ ରହିଛନ୍ତି ।

list2

ଆମେରିକାର  ମିଡିଆ-ଟେକ କମ୍ପାନୀ ସ୍କୋର ଟ୍ରେଣ୍ଡସ୍ ଇଣ୍ଡିଆ ଦ୍ୱାରା ଏହି ତାଲିକା ପ୍ରକାଶ ପାଇଛି । ଏହି କମ୍ପାନୀର ସହ- ସଂସ୍ଥାପକ ଅଶ୍ୱନୀ କୌଲ କହିଛନ୍ତି ଏହି ତାଲିକା ଆମେ ୧୪ ଭାରତୀୟ ଭାଷାରେ ଚାଲୁଥିବା ୬୦୦ ନ୍ୟୁଜ ଶ୍ରୋତରୁ ଏକାଠି କରିଛୁ । ସୋସିଆଲ ମିଡିଆ  ଏବଂ ଭାଇରାଲ ଷ୍ଟୋରୀକୁ ନେଇ ଏହି ତାଲିକା ପ୍ରକାଶ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More