Only for Entertainment

କ୍ୟାଟ୍ରିନାଙ୍କ ପ୍ରେମରେ ମସଗୁଲ୍ ସଲମାନ୍ ମିଡିଆ ଆଗରେ ଡାକିଲେ ‘ମାଇ ବେବି’

youtube
0 45

ପୁଣିଥରେ ମାୟାନଗରୀରେ ଚହଳ ସୃଷ୍ଟି କରିଛି ସଲମାନଙ୍କ ପ୍ରେମଗିରି । କ୍ୟାଟ୍ରିନାଙ୍କ ପାଇଁ ସଲମାନଙ୍କ ପିଡିଏ, ଏବେ ପୁଣିଥରେ ହିଂଟ୍ ଦେଇଛି ଦୁହିଁଙ୍କ ହିଡେନ୍ ରିଲେସନସିପ୍କୁ ନେଇ । ନିକଟରେ ଏମିତି ଏକ ଇଭେଂଟ୍ରେ ସଲମାନ୍ ଓ କ୍ୟାଟ୍ରିନାଙ୍କ ଓପନ୍ ରୋମାନ୍ସ ଦେଖିବାକୁ ମିଳିଥିଲା । ଯେଉଁଠି କ୍ୟାଟ୍ରିନାଙ୍କୁ ‘ମାଇ ବେବି’ କହି ସମ୍ବୋଧନ କରିଥିଲେ ଦବଙ୍ଗ ଖାନ୍ । ଟରୋଂଟୋରେ ଆୟୋଜିତ ଦବଙ୍ଗ ଟୁର୍ ସାମ୍ବାଦିକ ସମ୍ମିଳନୀରେ କ୍ୟାଟ୍ରିନାଙ୍କ ଉଦ୍ଦେଶ୍ୟରେ କିଛି ଏହି ପରି କିଛି କହିବାରେ ନଜର ଆସିଛନ୍ତି ସଲମାନ୍ । ଉପସ୍ଥାପିକାଙ୍କ ଏକ କଥାରେ ଉତର ଦେବାକୁ ଯାଇ ସଲମାନ୍ କହିଛନ୍ତି ‘ମୋ ବେବିର ଜନ୍ମଦିନ ଜୁଲାଇ -୧୬’ରେ । ଆଉ କ୍ୟାଟ୍ରିନାଙ୍କୁ ଦେଖାଇ କହୁଛନ୍ତି ସେ ହେଉଛନ୍ତି ମୋ ବେବି ।

ଏହି ପ୍ରେନ୍ସ କନଫରେନ୍ସ ସମୟରେ ସଲମାନ୍ ଓ କ୍ୟାଟ୍ରିନାଙ୍କ ଭିତରେ ଏମିତି ଅନେକ ମସ୍ତି ବାଲା ରୋମାନ୍ସ, ଦେଖିବାକୁ ମିଳିଥିଲା । ତେବେ ରିୟଲ୍ ଲାଇଫ୍ ଛଡା ରିଲ୍ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବେଶ୍ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି ପରଦାରେ । ଫ୍ୟାନ୍ସ ବି ସବୁବେଳେ ଏହି ଯୋଡିକୁ ପସନ୍ଦ କରିଛନ୍ତି । ଆଉ ଦୁହିଁଙ୍କ ପେୟାରିଂରେ ଆସିଥିବା ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସ୍ରେ ହିଟ୍ ବି ହୋଇଛି । ଅନସ୍କ୍ରିନ୍ କେମେଷ୍ଟ୍ରୀ ହିଟ୍ ହେବା ପରେ ଏବେ ଅଫସ୍କ୍ରିନ୍ ମାନେ ରିୟଲ୍ ଲାଇଫ୍ରେ ବି ଦୁହିଁଙ୍କ ମଧ୍ୟରେ ଓପନ୍ ରୋମାନ୍ସ ଦେଖିବାକୁ ମିଳୁଛି । ତେବେ ଦୁହିଁଙ୍କ ଏହି ସମ୍ପର୍କ ଆଗକୁ କେଉଁ ମୋଡ ନେଉଛି, ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More