Only for Entertainment

ଭାଇରାଲ ହେଉଛି ସଲମାନଙ୍କ ସାଇକେଲ ଚଲାଉଥିବା ଭିଡ଼ିଓ

77

ସବୁବେଳେ ଭିନ୍ନ ଭିନ୍ନ କାରଣକୁ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଦବଙ୍ଗ ସଲମାନ ଖାନ । ପୁଣିଥରେ ସେହିଭଳି କିଛି କାମ କରି ଚର୍ଚ୍ଚାକୁ ଆସି ଯାଇଛନ୍ତି ବଲିଉଡର ଏହି ଗଡ଼ ଫାଦର ।ସଲମାନ ଖାନ୍‌ ସୋସିଆଲ୍‌ ମିଡିଆରେ ତାଙ୍କର ସାଇକେଲ୍‌ ଚଲା ଭିଡିଓ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସାଲମାନ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ସେହି ଭିଡିଓରେ ସେ ସାଇକେଲ୍‌ ଚଲାଉଥିବାର ଦେଖିବାକୁ ମିଳିଛନ୍ତି।

ଧଳା ରଂଗର ପୋଷାକ ପିନ୍ଧି ସଲମାନ ଏକ ‘ବିଙ୍ଗ୍‌ ହ୍ୟୁମ୍ୟାନ୍‌’ ଲେଖାଥିବା ସାଇକେଲ୍‌ ଚଲାଉଥିବାର ନଜର ଆସିଛନ୍ତି। ଦିଲ୍ଲୀର ରେଡ ଫୋର୍ଟ ଅଞ୍ଚଳରେ ଦବଙ୍ଗବୟ ଧଳା ଅବତାର୍‌ରେ ବେଶ୍‌ ଉପଭୋଗ କରୁଥିବା ଢଙ୍ଗରେ ସାଇକେଲ୍‌ ଚଲାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

 

ସଲମାନ ଯେଉଁ ଅଞ୍ଚଳରେ ସାଇକେଲ୍‌ ଚଲାଇ ଥିବାର ନଜର ଆସିଛନ୍ତି ସେହି ଅଞ୍ଚଳରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ର କିଛି ଭାଗ ମଧ୍ୟ ସୁଟିଂ କରାଯାଇଛି। ସେ ଏପରି ସାଇକେଲ୍‌ ଚଲାଇ ନିଜ ବ୍ରାଣ୍ଡ୍‌ ‘ବିଙ୍ଗ୍‌ ହ୍ୟୁମ୍ୟାନ୍‌’ କୁ ପ୍ରମୋସନ କରୁଛନ୍ତି ବୋଲି ଅନୁମାନ ଲଗାଯାଉଛି।

ସଲମାନ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ ସୁଟିଂରେ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଏହି ଚଳଚ୍ଚିତତ୍ରଟି ଚଳିତବର୍ଷ ଡିସେମ୍ବର ୨୦ ତାରିଖରେ ମୁକ୍ତିଲାଭ କରିବ ବୋଲି ସ୍ଥିର ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More