Only for Entertainment

ଏବେ ମଧ୍ୟ ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି ସଲମାନ ।

india tv
49

ସଲମାନ୍‌ ଖାନ୍‌ ଓ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉ ନାହିଁ। ପ୍ରିୟଙ୍କା ଚୋପ୍ରା ଏହା ଆଗରୁ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଭାରତ୍‌’ରେ କାମ କରିବାର ଥିଲା, ମାତ୍ର ଶେଷ ସମୟରେ ଏଥିରୁ ଓହରି ଯାଇଥିଲେ ପ୍ରିୟଙ୍କା ଚୋପ୍ରା । ସଲମାନ୍‌ ଖାନ୍‌ଙ୍କ ସହ କାମ କରିବାକୁ ମନା କରି ବିବାଦୀୟା ହୋଇଥିଲେ ପ୍ରିୟଙ୍କା ଚୋପ୍ରା।

ଶୁଣିବାକୁ ମିଳୁଛି ଯେ ଏଯାଏଁ ପ୍ରିୟଙ୍କାଙ୍କୁ କ୍ଷମା କରି ନାହାନ୍ତି ସଲମାନ୍‌ ଖାନ୍‌। ଏଥିଲାଗି ସେ ଆଉ ପ୍ରିୟଙ୍କାଙ୍କ ସହିତ କାମ କରିବାକୁ ଚାହୁଁନାହାଁନ୍ତି। ଶୁଣିବାକୁ ମିଳୁଛି ଯେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲି ଇତିମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କ ସହ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଶୁଣିବାକୁ ମିଳୁଛି ଯେ ସଲମାନ୍‌ ଖାନ୍ କୁଆଡ଼େ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅବଶେଷରେ ପ୍ରିୟଙ୍କାକୁ ନେଇ ‘ଗଙ୍ଗୁବାଇ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ସଂଜୟ। ଏଥିରେ ଜଣେ ବେଶ୍ୟାଳୟ ମାଲିକାଣୀ ଭୂମିକାରେ ଅଭିନୟ କରିବେ ପ୍ରିୟଙ୍କା , ଯିଏକି ପୀଡ଼ିତା ଝିଅମାନଙ୍କୁ ରକ୍ଷା କରନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More