Only for Entertainment

ସଲମାନଙ୍କ ଏହି ଫିଲ୍ମରେ ୫୦୦ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ସ କରିବେ ଧମାଲ, ହେବ ସବୁଠାରୁ ବଡ ଡ୍ୟାନ୍ସ ନମ୍ବର ।

India
0 39

ବଲିଉଡର ଭାଇଜାନ ସଲମାନ ଖାନ ଏବେ ନିଜ ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ଫିଲ୍ମ କିଛି ଫଟୋ ସାମ୍ନାକୁ ଆସିଥିଲା ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏବେ ଫିଲ୍ମକୁ ନେଇ ଏକ ନୂଆ ଖବର ସମ୍ନାକୁ ଆସିଛି । ବର୍ତ୍ତମାନ ଫିଲ୍ମର ଏକ ଗୀତର ସୁଟିଂ ଚାଲୁଛି । ଆପଣ ଭାବୁଥିବେ ଏହା କ’ଣ ନୂଆ ଖବର । ତେବେ ଆସନ୍ତୁ ଜାଣିବା ଘଟଣାଟି କ’ଣ ।

ଆପଣ ସାଧାରଣତଃ ଗୋଟିଏ ଗୀତରେ ୧୦-୨୦ ବା ଅତି ବେଶୀରେ ୫୦-୧୦୦ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କୁ ଦେଖିଥିବେ । କିନ୍ତୁ ସଲମାନଙ୍କ ଫିଲ୍ମ ‘ଭାରତ’ର ଏହି ଗୀତରେ ୧୦-୨୦ ବା ୫୦-୧୦୦ ନୁହେଁ ବରଂ ୫୦୦ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କୁ ଦେଖିବାକୁ ମିଳିବ । ସବୁଠାରୁ ବଡ କଥା ଦେଉଛି ପୁରା ବଲିଉଡ ଇତିହାସରେ ଏହା ପ୍ରଥମ । ଏହା ବଲିଉଡର ସବୁଠାରୁ ବଡ ଡ୍ୟାନ୍ସ ନମ୍ବର ହେବ । ଏହି ଗୀତଟି ୬୦-୭୦ ଦଶକକୁ ସମର୍ପିତ ହେବ ଯେଉଁ ସମୟରେ ଋଷ ସର୍କସ ଖୁବ ଲୋକପ୍ରିୟ ଥିଲା । ଅନେକ ଦର୍ଶକଙ୍କୁ ଧ୍ୟାନରେ ରଖି ଏହାକୁ ପ୍ରସ୍ତତ କରାଯାଇଛି । କେବଳ ଏତିକି ନୁହେଁ ଗୀତରେ ସଲମାନଙ୍କ ଷ୍ଟଣ୍ଟ ମଧ୍ୟ ଦେଖିବାକୁ ମିଳିବ ।

ଫିଲ୍ମର ଷ୍ଟାର କାଷ୍ଟଙ୍କ ବିଷୟରେ କହିବାକୁ ଗଲେ ‘ଭାରତ’ରେ ସଲମାନଙ୍କ ବ୍ୟତିତ ଦିଶା ପଟାନୀ, ତବୁ ଏବଂ କ୍ୟାଟ୍ରିନା କୈଫ ନଜର ଆସିବେ । ସମସ୍ତ ଫିଲ୍ମର ସୁଟିଂ ପୁରା କରିବା ପରେ କ୍ୟାଟ୍ରିନା ସେପ୍ଟେମ୍ବରରେ ‘ଭାରତ’ ଟିମକୁ ଜଏନ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More