୧୨ ଜଣ ଲୋକଙ୍କ ସହିତ ଟଏଲେଟ ସେୟାର କରୁଥିଲେ ଦବଙ୍ଗ ଖାନ, ଧୋଉଥିଲେ ନିଜ ବାସନ ।
କୃଷ୍ଣକାୟ ମୃଗ ଶୀକାର ମାମଲାରେ ଯୋଦ୍ଧପୁର କୋର୍ଟରେ ସଲମାନଙ୍କୁ ଦୋଷୀ ବୋଲି ଘୋଷଣା କରାଯାଇଛି । ଏହା ବ୍ୟତୀତ ସୈଫ,ତବୁ,ନୀଲମ ଏବଂ ସୋନାଲି ବେନ୍ଦ୍ରେଙ୍କୁ ଦୋଷମୁକ୍ତ କରାଯାଇଛି । ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ଏବେ ୫ ବର୍ଷର ଜେଲ ଦଣ୍ଡ ହୋଇଛି । ଏହି ମାମଲାରେ ପୂର୍ବରୁ ସଲମାନ ୨୦୦୬ରେ ମଧ୍ୟ ଯୋଦ୍ଧପୁର ଜେଲରେ ରହିଥିଲେ ଏବଂ ସେଠାରୁ ଆସିବା ପରେ ଏକ ଇଂଟରଭ୍ୟୁ ମାଧ୍ୟମରେ ସେଠାରେ ହୋଇଥିବା ସମସ୍ତ ଘଟଣା ବିଷୟରେ ସୂଚନା ଦେଇଥିଲେ ।
ସଲମାନ କହିଥିଲେଯେ ସେଠାରେ ତାଙ୍କୁ କେବଳ ବାଥରୁମର ସମସ୍ୟା ହେଉଥିଲା । ଏହା ବ୍ୟତୀତ ମଶାକୁ ନେଇ ମଧ୍ୟ ସଲମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ସେ ବ୍ୟବହାର କରୁଥିବା ଟଏଲେଟ ଭଙ୍ଗାରୁଜା ଅବସ୍ଥାରେ ପଡ଼ି ରହିଥିଲା । ୯ରୁ ୧୨ଜଣ ଲୋକଙ୍କ ପାଇଁ ଗୋଟିଏ ଟଏଲେଟ ଏବଂ ଗୋଟିଏ ବାଥରୁମର ବ୍ୟବସ୍ଥା ଥିଲା । ସକାଳ ସମୟରେ ମଗ୍ରେ ଚା ମିଳୁଥିଲା । ଏହା ବ୍ୟତୀତ ଏକ ସପ୍ତାହରେ ନିଜ ପରିବାର ସଦସ୍ୟଙ୍କୁ ଥରେ ମାତ୍ର ଦେଖା କରିବାର ସୁଯୋଗ ଦିଆଯାଉଥିଲା । କେବଳ ସେତିକି ନୁହେଁ ଜେଲ ମଧ୍ୟକୁ ବାହାରର ଖାଦ୍ୟ ଯିବାର ବ୍ୟବସ୍ଥାକୁ ମଧ୍ୟ ରବ୍ଦ କରାଯାଇଥିଲା । ସଲମାନ ସେଠାର ଜିମରେ ବ୍ୟାୟମ କରୁଥିବା କଥା ମଧ୍ୟ ମିଡିଆ ସାମ୍ନାରେ କହିଥିଲେ ।