Only for Entertainment

ସୁଟିଂ ସେଟରେ ଆହତ ସଲମାନ ଖାନ !

decan cronical
21

ଗତ କିଛି ଦିନ ତଳେ ଆମେ ଜଣାଇଥିଲୁ ଯେ ବଲିଉଡ୍‌ର ଦବଙ୍ଗ ବୟ ସଲମାନ ଖାନ ଗତ କିଛି ଦିନ ଭିତରେ ନିିଜର ଚଳଚ୍ଚିତ୍ର ‘ଭାରତ’ ସୁଟିଂ ପାଇଁ ପଞ୍ଜାବ ଗସ୍ତ କରିବେ। ସତକୁ ସତ ସଲମାନ ଯାଇ ପଞ୍ଜାବରେ ପହଞ୍ଚିଛନ୍ତି। ଏପରିକି ତାଙ୍କର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ ଓ୍ଵାଘା ସୀମାରେ ଏକ ଫଟୋ ବି ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।

ତେବେ ଏକ ଦୁଃଖର କଥା ହେଉଛି ସଲୁ ମିଆଁ ସୁଟିଂ ସେଟ୍‌ରେ ଆହତ ହୋଇ ନିଜ ଘର ମୁମ୍ବାଇକୁ ଫେରି ଆସିଛନ୍ତି। ତେବେ ସଲମାନଙ୍କ ଆହତ ନେଇ ଖବର ଟିକେ ଅସ୍ପଷ୍ଟ ରହିଛି। ତେବେ ମିଳିଥିବା ଖବର ମୁତାବକ ସେ ଓ୍ଵାଘା ସୀମାନେ ସୁଟିଂରେ ବ୍ୟସ୍ତ ଥିବା ସମୟରେ ଆହତ ହୋଇଥିଲେ। ତା’ପରେ ସେ ଆରାମ ପାଇଁ ତୁରନ୍ତ ଘରକୁ ଫେରି ଆସିଥିଲେ।

ଉଲ୍ଲେଖଯୋଗ୍ୟ, ନିକଟରେ ସଲମାନ ଶେଷ ଥର ପାଇଁ ‘ରେସ୍‌୩’ରେ ଦେଖିବାକୁ ମିଳିଥିଲେ। ଏହା ବ୍ୟତୀାତ ସେ ଏବେ ଦେଶର ସବୁଠାରୁ ବଡ଼ ରିୟାଲିଟି ସୋ’ ବିଗ୍‌ବସ୍‌ର ହୋଷ୍ଟ୍‍ କରୁଛନ୍ତି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More