Only for Entertainment

ସଲମାନ ଜ୍ୟାକଲିନଙ୍କ ଫଟୋ ସେୟାର କରି ଲେଖିଲେ ଏହି ଟ୍ୱିଟ,ପଢିଲେ ଆପଣ ମଧ୍ୟ କହିବେ ଭାଇଜାନଙ୍କୁ ପୁଣିଥରେ ପ୍ରେମ ହୋଇଗଲା ।

bollywood tadka
0 58

ବଲିଉଡ ଅଭିନେତା ଏହି ଦିନ ରେସ ଥ୍ରିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସଲମାନ ଏବଂ ଜ୍ୟାକଲିନଙ୍କ କେମେଷ୍ଟ୍ରି ନଜର ଆସିବ । ଏହାର ଗୀତକୁ ଏପର୍ଯ୍ୟନ୍ତ ୨୫ ମିଲିୟନରୁ ଅଧିକ ଥର ଦେଖାସରିଛି । ନିକଟରେ ସଲମାନ ଇଂଷ୍ଟାଗ୍ରାମ ଆକାଉଂଟ ସହିତ ଅନ୍ୟ ସମସ୍ତ ସୋସିଆଲ ମିଡିଆ ଆକାଉଂଟରେ ଜ୍ୟାକଲିନଙ୍କ ଫଟୋ ସେୟାର କରିଛନ୍ତି,ଯାହା ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି ।

 

ଟ୍ୱିଟ କରି ସଲମାନ ଲେଖିଛନ୍ତିଯେ ଜ୍ୟାକଲିନ କେତେ ଛ୍ୱିଟ ଲାଗୁଛନ୍ତି । ତେବେ ୧ ଘଂଟାରେ ଏହି ଟ୍ୱିଟକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଫଟୋ ଦେଖି ଜଣାପଡ଼ୁଛି ଏହା ରେସ ଥ୍ରିର ଏକ ଗୀତର ଫଟୋ । ଯେଉଁଥିରେ ସେ ସଲମାନଙ୍କ ସହିତ ରୋମାନ୍ସ କରିଥିବା ନଜର ଆସିଛନ୍ତି ।

ସଲମାନଙ୍କ ଟ୍ୱିଟ ଦେଖିବା ପରେ ଫ୍ୟାନ୍ସ ବିିଭନ୍ନ ପ୍ରକାରର କମେଂଟ ଦେଉଛନ୍ତି । ଫ୍ୟାନ୍ସ ଲେଖିଛନ୍ତି,ଭାଇ ଫିର ସେ ପ୍ୟାର ହୋ ଗୟା,ଫିର ସେ ଧୋଖା । ତେବେ ଫିଲ୍ମ କିକ ପରେ ସଲମାନ ଏବଂ ଜ୍ୟାକଲିନଙ୍କ ଯୋଡ଼ି ଆକ୍ସନ ଥ୍ରିଲରରେ ଏକା ସାଙ୍ଗରେ ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More