Only for Entertainment

ସଲମାନ ଖାନ ସ୍ୱିକାର କଲେ ବିଜେପି ନେତାଙ୍କ ଫିଟନେସ୍ ଚ୍ୟାଲେଞ୍ଜ, ପୋଷ୍ଟ କଲେ ୱାର୍କଆଉଟ ଭିଡିଓ ।

ndtv
0 32

ଫିଟନେସ ଚ୍ୟାଲେଞ୍ଜକୁ ଭାରତକୁ ଆଣିଥିବା କେନ୍ଦ୍ରୀୟ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡଙ୍କ ଏହି ଚ୍ୟାଲେଞ୍ଜ ବଲିଉଡରେ ଖୁବ ଟ୍ରେଣ୍ଡ କରୁଛି । ନିକଟରେ ସଲମାନ ଖାନ ଏକ ଫିଟନେସ ଭିଡିଓ ଜାରି କରିଛନ୍ତି । ଭିଡିଓରେ ସଲମାନ ଖାନ ସାଇକେଲିଂ କରୁଥିବା ଦେଖିବାକୁ ମିଳିଛି ।

ଭିଡିଓର ଅନ୍ତରେ ସଲମାନ କହିଛନ୍ତି ‘ହମ ଫିଟ ତୋ ଇଣ୍ଡିଆ ଫିଟ’ । ଭିଡିଓ ସେୟାର କରି ଅଭିନେତା ଲେଖିଛନ୍ତି ଖେଳ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂଙ୍କ ଦ୍ୱାରା ‘ହମ ଫିଟ ତୋ ଇଣ୍ଡିଆ ଫିଟ’ ଏକ ସୁନ୍ଦର ଅଭିଯାନ । ମୁଁ କିରଣ ରିଜୀଜୁଙ୍କ ଫିଟନେସ ଚ୍ୟାଲେଞ୍ଜକୁ ସ୍ୱିକାର କରୁଛି । ଏଠାରେ ରହିଲା ମୋ ଭିଡିଓ । ସଲମାନଙ୍କ ଫ୍ୟାନ୍ସ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି ।


କହିରଖୁଛୁ ଯେ, ସଲମାନ ଏବେ ମାଲ୍ଟାରେ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଶୁକ୍ରବାର ସଲମାନ ଏକ ଫଟୋ ସେୟାର କରି ଲେଖିଥିଲେ ସୁନ୍ଦର ଦେଶ ମାଲ୍ଟା, ଭାରତର ସୁଟିଂ ଆରମ୍ଭ ହେଲା । ଫିଲ୍ମ ବିଷୟରେ କହିବାକୁ ଗଲେ ସଲମାନଙ୍କ ବ୍ୟତିତ ଫିଲ୍ମରେ କ୍ୟାଟ୍ରିନା କୈଫ, ତବୁ, ଦିଶା ପଟାନୀ ନଜର ଆସିବେ । କ୍ୟାଟ୍ରିନା ତାଙ୍କର ସବୁ ଫିଲ୍ମର ସୁଟିଂ ପୁରା କରିବା ପରେ ସେପ୍ଟେମ୍ବରରେ ‘ଭରତ’ ଟିମକୁ ଜଏନ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More