Only for Entertainment

ସଲମାନ ଖାନଙ୍କ ଅଭିନେତ୍ରୀ ଜାକଲିନଙ୍କୁ ଡେଜି କିସ କରିବାରୁ ୟୁଜର୍ସ କହିଲେ ‘ସବୁ ଦେଖାଣିଆ’ !

0 35

ଇଦରେ ରିଲିଜ ହେବାକୁ ଥିବା ସଲମାନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ରେସ-୩’ପୂର୍ବରୁ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସଲମାନଙ୍କ ସହ ବଲିଉଡରେ ଡେବ୍ୟୁ କରୁଥିବା ଡେଜି ସଲମାନଙ୍କ ସହ ଦ୍ୱିତୀୟ ଥର ଫିଲ୍ମ କରିବାକୁ ଯାଉଥିବା ଜାକଲିନ ଫର୍ଣ୍ଣାଂଡିଜଙ୍କ ଭିଡିଓ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ଡେଜି ଶାହ ଷ୍ଟେଜ କଡରେ ବସିଛନ୍ତି ଏବଂ ତଳେ ଛିଡା ହୋଇଥିବା ଜାକଲିନଙ୍କୁ କିସ କରୁଥିବାର ନଜର ଆସିଛନ୍ତି । ଯଦିଓ ଏହି ଭିଡିଓକୁ ଦେଖିବା ପରେ ଅନେକ ଫ୍ୟନ୍ସ ପ୍ରଶଂସା କରିଛନ୍ତି ମାତ୍ର ଅନେକ ୟୁଜର୍ସ ଏହା ଦେଖାଣିଆ ବୋଲି କହିଛନ୍ତି ।


ଏଠାରେ ଆମେ କହି ରଖୁଛୁ ଏହି ଅଭିନେତ୍ରୀ ସଲମାନଙ୍କ ସହ ‘ଦ-ବାଙ୍ଗ ଟୁର’ରେ ପରଫର୍ମାନ୍ସ କରିବେ ଯେଉଁ କାରଣରୁ ସେ ଷ୍ଟେଜରେ ଅଭ୍ୟାସ କରୁଛନ୍ତି । ଏହାବ୍ୟତୀତ କ୍ୟାଟରୀନା, ସୋନାକ୍ଷୀ ସିନ୍ହା, ମନୀଷ ପଲ ଏବଂ ପ୍ରଥମ ଥର ପାଇଁ ପଂଜାବୀ ସିଙ୍ଗର ଗୁରୁ ରନ୍ଧାୱା ମଧ୍ୟ ନଜର ଆସିବେ । ସମସ୍ତେ ଏକା ସହ ପରଫର୍ମାନ୍ସ ଦେବେ । ଏହାପୂର୍ବରୁ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More