Only for Entertainment

ଐଶ୍ୱର୍ଯ୍ୟାଙ୍କୁ ‘ଦସ କା ଦମ୍‌’ରେ ଦେଖି ସୁଲତାନ୍‌ ଏଭଳି ପ୍ରତିକ୍ରିୟା ରଖିଲେ !

zeenews
0 67

ବଲିଉଡ୍‌ର ସୁଲତାନ୍‌ ସଲମାନ ଖାନ୍‌ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ କାହାଣୀ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ପ୍ରେମ କାହାଣୀ । ଲୋକମାନେ ଆଜି ବି ଦୁଇ ଜଣଙ୍କ ବିଷୟରେ ଶୁଣିବା ଏବଂ ପଢ଼ିବା ପାଇଁ ଇଚ୍ଛୁକ । କେହି କେହି ଐଶ୍ୱର୍ଯ୍ୟାଙ୍କ ପାଇଁ ସଲମାନ ଅବିବାହିତ ଥିବା ମଧ୍ୟ କହୁଛନ୍ତି । ତେବେ ଦୁଇ ଜଣ ଅଲଗା ହୋଇ ଐଶ୍ୱର୍ଯ୍ୟା ଅଭିଷେକଙ୍କୁ ବିବାହ କରିସାରିଥିଲେ ମଧ୍ୟ ବେଳେ ବେଳେ କୌଣସି କାରଣରୁ ଦୁଇ ଜଣଙ୍କୁ ନେଇ କଥା ଉଠିଥାଏ । ଠିକ୍‌ ସେଭଳି ଘଟଣା ଘଟିଥିଲା ରିୟାଲିଟି ସୋ’ ଦସ କା ଦମ୍‌ରେ । ଏହି ସୋ’କୁ ‘ଫନ୍ନେ ଖାନ୍‌’ର ଟିମ୍‌ ପ୍ରମୋସନ ପାଇଁ ଆସିଥିବା ବେଳେ କିଛି ଏପରି ଘଟଣା ଘଟିଥିଲା ।

ଏହି ସୋ’କୁ ଅଭିନେତା ଅନୀଲ କପୁର ଏବଂ ଅଭିନେତ୍ରୀ ପିହୁ ସନ୍ଦ ଫିଲ୍ମର ପ୍ରମୋସନ ପାଇଁ ଆସିଥିଲେ । ସେଠାରେ ଫିଲ୍ମରେ ଅଭିନୟ କରିଥିବା ଐଶ୍ୱର୍ଯ୍ୟା ଉପସ୍ଥିତ ନ ଥିଲେ ମଧ୍ୟ ତାଙ୍କ ଉପସ୍ଥିତିର ଅନୁଭବ ସମସ୍ତେ କରି ପାରିଥିଲେ। ସୋ’ରେ ‘ଫନ୍ନେ ଖାନ୍‌’ର ଟ୍ରେଲର ଚାଲୁ କରାଯିବା ପରେ ସଲମାନଙ୍କ ଚେହେରାର ରଙ୍ଗ ପରିବର୍ତ୍ତନ ହୋଇ ଯାଇଥିଲା । ଐଶ୍ୱର୍ଯ୍ୟାଙ୍କୁ ଦେଖି ତାଙ୍କ ମୁହଁ ଲାଲ ପଡ଼ିଯିବା ଦେଖିବାକୁ ମିଳିଥିଲା । ଏହା ପ୍ରଥମ ନୁହଁ, ଏହା ପୂର୍ବରୁ ଐଶ୍ୱର୍ଯ୍ୟା ନାମକ ଜଣେ ପ୍ରତିଯୋଗୀ ଏହି ସୋ’କୁ ଆସିଥିବା ବେଳେ ‘ଆଖୋଁ କି ଗୁସ୍ତାଖିଆଁ’ ଗୀତ ବାଜିଥିଲା, ଯାହାକୁ ଶୁଣି ସଲମାନ ଲାଜେଇ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More