Only for Entertainment

ରିଲିଜ ପୂର୍ବରୁ ସଲମାନ-ଆଲିଆଙ୍କ ଫିଲ୍ମ ‘ଇଂଶାଲ୍ଲାହ’ର ରେକର୍ଡ, ଆୟ କଲା ଏତିକି କୋଟି ଟଙ୍କା

The National
102

ସଲମାନ ଖାନ ଏବଂ ଆଲିଆ ଭଟ୍ଟଙ୍କ ଯୋଡି ଖୁବ ଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ । ଦୁହିଁଙ୍କୁ ପରଦାରେ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଲ୍ଲାହ’ରେ ଦୁହେଁ ନଜର ଆସିବେ । ଏବେ ଏହି ଫିଲ୍ମକୁ ନେଇ ଏକ ନବଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଫିଲ୍ମ ରିଲିଜ ପୂର୍ବରୁ ହିଁ ୧୯୦ କୋଟି ବିଜନେସ କରି ସାରିଛି । ଶୁଣିବାକୁ ମିଳୁଛି ଯେ ସଂଜୟ ଲୀଲା ଭଂସାଲୀ ଜୟନ୍ତୀଲାଲ ଗଙ୍ଗାଙ୍କ ପେନ ସିନେମାଜକୁ ବଡ ରକମରେ ଫିଲ୍ମର ଥିଏଟ୍ରିକାଲ ରାଇଟସ ବିକ୍ରି କରିଛନ୍ତି ।

alia and salman

ପିଙ୍କ ଭିଲ୍ଲା ରିପୋର୍ଟ ଅନୁସାରେ ସଲମାନ ଖାନ ଫିଲ୍ମସ ସହିତ ମିଶି ସଂଜୟ ଲୀଲା ଭଂସାଲୀ ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଛନ୍ତି । ଏବେ ଫିଲ୍ମକୁ ଦୁହେଁ ୧୯୦ କୋଟିରେ ବିକ୍ରି କରିଦେଇଛନ୍ତି । ରିଲିଜ ପୂର୍ବରୁ ହିଁ ଫିଲ୍ମ ୧୯୦ କୋଟି ବ୍ୟବସାୟ କରିବା ବହୁତ ବଡ କଥା ।

ଆପଣଙ୍କୁ କହିରଖୁଛୁ ଯେ, ଜାନୁଆରୀ ମଧ୍ୟରେ ଫିଲ୍ମର ସୁଟିଂ ଶେଷ କରାଯିବ । ଫିଲ୍ମ ‘ଇଂଶାଲ୍ଲାହ’କୁ ମେକର୍ସ ଡିସେମ୍ବରରେ ରିଲିଜ କରିବା ପାଇଁ ଯୋଜନା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More