Only for Entertainment

‘ଭାରତ’ର ନୂଆ ପୋଷ୍ଟରରେ ସଲମାନଙ୍କ ମୁହଁରେ ଦୁଃଖ ! ସାଥିରେ ନଜର ଆସିଲେ ‘ମ୍ୟାଡମ ସାର’ କ୍ୟାଟ୍ରିନା କୈଫ

salman khan tweet
22

ସଲମାନ ଖାନ ଚଳିତ ବର୍ଷ ଇଦରେ ନିଜର ନୂଆ ଫିଲ୍ମ ‘ଭାରତ’ ଜରିଆରେ ଧମାଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କିଛି ଦିନରୁ ଫିଲ୍ମର ଗୋଟିଏ ପରେ ଗୋଟିଏ ପୋଷ୍ଟର ରିଲିଜ ହେଉଛି । ଏହି କ୍ରମରେ ଆଜି ଫିଲ୍ମର ପଂଚମ ପୋଷ୍ଟର ରିଲିଜ ହୋଇଛି ।

ସଲମାନ ଖାନ ଫିଲ୍ମର ଏହି ପୋଷ୍ଟରକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ସେୟାର କରି ସେ କ୍ୟାପସନରେ ଲେଖିଥିଲେ- ପ୍ରତ୍ୟେକ ହସ ହସ ଚେହେରା ପଛରେ ଦୁଃଖ ଲୁଚି ରହିଥାଏ । ଏବଂ ଏହି ଦୁଃଖ ଆପଣଙ୍କୁ ଜୀବିତ ରଖିଥାଏ ।

ଅଲ୍ଲୀ ଅବାସ ଜଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ କୋରିଆନ ଫିଲ୍ମ ‘ଓଡ ଟୁ ମାଇଁ ଫାଦର’ର ହିନ୍ଦୀ ରିମେକ । ଫିଲ୍ମରେ ଭାରତର ସ୍ୱାଧିନତା ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତର ସମୟ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସଲମାନ, କ୍ୟାଟ୍ରିନାଙ୍କ ବ୍ୟତିତ ତବୁ, ନେରା ଫତେହୀ, ଦିଶା ପଟାନୀ, ଜ୍ୟାକି ଶ୍ରଫ ଓ ସୁନିଲ ଗ୍ରୋବରଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ୫ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More