Only for Entertainment

ସଲମାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ହିନ୍ଦୀ ବ୍ୟତିତ ଏହି ତିନୋଟି ଭାଷାରେ ରିଲିଜ ହେବ ଭାଇଜାନଙ୍କ ଫିଲ୍ମ ‘ଭାରତ’

you tube
134

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଏବେ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ କିଛି ସିନର ସୁଟିଂ ଏବେ ବାକିଥିବା ବେଳେ ଏବେ ଫିଲ୍ମର କ୍ଲାଇମ୍ୟାକ୍ସ ସିନର ସୁଟିଂ ଚାଲୁଥିବା ଶୁଣିବାକୁ ମିଳିଛି । ଫିଲ୍ମର କ୍ଲାଇମ୍ୟାକ୍ସ ପାଇଁ ନିର୍ମାତା ବେଶ ପଇସା ମଧ୍ୟ ଖର୍ଚ୍ଚ କରିଛନ୍ତି । ତେବେ ଇତି ମଧ୍ୟରେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ସଲମାନ ଖାନଙ୍କ ଏହି ଫିଲ୍ମ ହିନ୍ଦୀ ଭାଷା ବ୍ୟତିତ ଅନ୍ୟ ତିନୋଡଟି ଭାଷାରେ ମଧ୍ୟ ରିଲିଜ ହେବା ବୋଲି ମେକର୍ସ ସ୍ପଷ୍ଟ କରିଛନ୍ତି । ଫିଲ୍ମ ‘ଭାରତ’ ଏବେ ହିନ୍ଦୀ ବ୍ୟତିତ ତାମି ଲ, ତେଲଗୁ ଏବଂ ମାଲୟଲାମ ଭାଷାରେ ରିଲିଜ ହେବ ।

କିଛି ଦିନ ପୂର୍ବେ ଫିଲ୍ମର ଧମାକାଦାର ଟିଜର ରିଲିଜ କରାଯାଥିଲା । ଟିଜର ଦେଖିବା ପରେ ଦର୍ଶକ ଫିଲ୍ମର ରିଲିଜକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମରେ ସଲମାନ ଖାମନ ଏବଂ କଆ୍ୟଟ୍ରିନା କୈଫଙ୍କ ଯୋଡିଙ୍କ ବ୍ୟତିତ ତବୁ, ଦିଶା ପଟାନୀ, ସୁନିଲ ଗ୍ରୋଭର ଏବଂ ନୋରା ଫତେହୀଙ୍କ ପରି କଳାକାର ନଜର ଆସିବେ । ଫିଲ୍ମରେ ସଲମାନ ଖାନଙ୍କୁ ୫ଟି ଭିନ୍ନ ଭିନ୍ନ ଲୁକରେ ଦେକଖିବାକୁ ମିଳିବ । ଫିଲ୍ମ ଉ ପରେ ସଲମାନ ଖାନ ଏବଂ ମେକର୍ସଙ୍କ ଢେର ଆଶାଥିବା ବେଳେ ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ରିଲିଜ ହେବା ପରେ ଜଣା ପଡିବ ।

କହିରଖୁଛୁ ଯେ, ଫିଲ୍ମର କ୍ଲାଇମ୍ୟାକ୍ସ ବ୍ୟତିତ କ୍ୟାଟ୍ରିନାଙ୍କ ଏକ ଗୀତର ସୁଟିଂ ହେବା ବାକି ରହିଛି । ଫିଲ୍ମ ଭାରତ ପରେ ସଲମାନ ଖାନ ‘ଦବଙ୍ଗ-୩’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More