Only for Entertainment

‘ଦବଙ୍ଗ ୩’ରୁ ବାହାରିଲେ ମୌନୀ ରୟ, ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସହିତ ଆଇଟମ ନମ୍ବରରେ ଠୁମକା ଲଗାଇବେ ସଲମାନ ଖାନ

times of india
29

ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ ନିକଟରେ ରିଲିଜ ହୋଇଛି । ଏହି ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି । ‘ଭାରତ’ ରିଲିଜ ପରେ ସଲମାନ ଏବେ ‘ଦବଙ୍ଗ ୩’ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଫିଲ୍ମ ‘ଦବଙ୍ଗ ୩’ରେ ସଲମାନ ଦୁଇଟି ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ ।

ଫିଲ୍ମରେ ସଲମାନଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ ସତ କିନ୍ତୁ ଫିଲ୍ମରେ ସେ ଅଭିନେତ୍ରୀ ବାରିନା ହୁସେନଙ୍କ ସହିତ ଜବରଦସ୍ତ ଆଇଟମ ନମ୍ବର କରୁଥିବାର ନଜର ଆସିବେ ।

warina-10

ରିପୋର୍ଟ ଅନୁସାରେ ଅଭିନେତ୍ରୀ ବାରିନା ହୁସେନ ଦବଙ୍ଗ ୩ ପାଇଁ ଆଇଟମ ନମ୍ବରର ସୁଟିଂ ଶେଷ କରିଛନ୍ତି । ୮ ଜୁନରେ ଏହି ଗୀତର ସୁଟିଂ ମେହବୁବ ଷ୍ଟୁଡିଓରେ ଆରମ୍ଭ ହୋଇଥିଲା ଏବଂ ଏହା ୪ଦିନ ଧରି ଚାଲିଥିଲା । ଏହି ଗୀତର ମ୍ୟୁଜିକ ସାଜିଦ-ୱାଜିଦ ଦେଇଥିବା ବେଳେ ଏହାକୁ ଗାଇଛନ୍ତି କମାଲ ଖାନ । ଗୀତରେ ୱାରିନା ଇଣ୍ଡୋ-ୱେଷ୍ଟର୍ଣ୍ଣ ଆଉଟଫିଟରେ ନଜର ଆସିବେ ।

ଖବର ଅନୁସାରେ ଗୀତକୁ ବୈଭବ ମର୍ଚେଣ୍ଟ କୋରିଓଗ୍ରାଫି କରିଛନ୍ତି । ଗୀତର ଟାଇଟଲ ମୁନ୍ନା ବଦନାମ ହୁଆ ବୋଲି କୁହାଯାଉଛି । ପୂର୍ବରୁ ଏହି ଗୀତକୁ ମୌନୀ ରୟ କରିବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ମେକର୍ସ ମୌନୀଙ୍କୁ ଆଉଟ କରି ୱାରିନାଙ୍କୁ ନେଇଛନ୍ତି । ଫିଲ୍ମ ‘ଦବଙ୍ଗ ୩’କୁ ଦର୍ଶକ ଅପେକ୍ଷା କରି ରହିଥିବା ବେଳେ ଫିଲ୍ମ ୨୦ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More