Only for Entertainment

୨୦୧୯ ଖ୍ରୀଷ୍ଟମାସରେ ମୁହାଁମୁହିଁ ହେବେ ସଲମାନ -ରଣବିର !

The Indian Movie Channel
47

୨୦୧୯ର ସବୁଠାରୁ ବଡ ଅନସ୍କ୍ରିନ୍ ଫାଇଟ୍ ହେବାକୁ ଯାଉଛି ଅଭିନେତା ସଲମାନ୍ ଖାନ୍ ଓ ରଣବିର୍ କପୁରଙ୍କ ମଧ୍ୟରେ । ଚଳଚ୍ଚିତ୍ର ଭାରତର ସୁଟିଂ ଶେଷ କରିବା ପରେ ଅଭିନେତା ସଲମାନ୍ ଖାନ୍ ଏବେ ନିଜ ଆଗାମୀ ଫିଲ୍ମ ‘ଦବଙ୍ଗ- ଥ୍ରୀ’ର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସିନେମାଟି ଚଳତ ବର୍ଷ ଖ୍ରୀଷ୍ଟମାସ ଅବସରରେ ରିଲିଜ୍ କରାଯିବାକୁ ସିଡ୍ୟୁଲ୍ ହୋଇଛି । ସେପଟେ ରଣବିର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ସିନେମା ବ୍ରହ୍ମାସ୍ତ୍ରର ପ୍ରଥମ ଭାଗ ମଧ୍ୟ ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ରିଲିଜ୍ କରାଯିବ ବୋଲି ଜଣା ପଡିଛି । ଆଉ ଏପରି ଯଦି ହୁଏ ତାହାଲେ ସିନେପ୍ରେମୀ ମାନେ ବର୍ଷର ବଡ ବକ୍ସ ଅଫିସ୍ କ୍ଲାସ୍ ହେବାର ଦେଖିବେ ।

ଦବଙ୍ଗ-୩ ବିଷୟରେ କହିବାକୁ ଗଲେ ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ । ସେହିପରି ବ୍ରହ୍ମାସ୍ତ୍ରରେ ରଣବିରଙ୍କ ଅପୋଜିନରେ ଆଲିଆ ଭଟ୍ଟ ନଜର ଆସିବେ । ରଣବୀର ଆଲିଆଙ୍କ ବ୍ୟତିତ ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ମୌନି ରୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More